ବୋର୍ଡ ଅଫିସରେ ପହଞ୍ଚିଲା ମାଟ୍ରିକ ଫଳ ପୁସ୍ତିକା, ଅପରାହ୍ନ ୪ଟାରେ ଘୋଷଣା ହେବ ପରୀକ୍ଷା ଫଳ

ଆଜି ମାଧ୍ୟମିକ ଶିକ୍ଷା ପରିଷଦର ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା ହେବ ମାଟ୍ରିକ ଫଳାଫଳ । ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।

ଭୁବନେଶ୍ବର: ଆଜି ମାଧ୍ୟମିକ ଶିକ୍ଷା ପରିଷଦର ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା ହେବ ମାଟ୍ରିକ ଫଳାଫଳ । ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ତେବେ ଦିନ ଗୋଟିଏରେ ବୋର୍ଡ ଅଫିସରେ ପହଞ୍ଚିଛି ଏହି ମାଟ୍ରିକ ଫଳ ପୁସ୍ତିକା ।

bse odisha

www.bseodisha.ac.in ଓ www.bseodisha.nic.inରେ ଉପଲବ୍ଧ ହେବ ରେଜଲ୍ଟ । ଇଣ୍ଟରନେଟ୍ ସହ ଏସଏମଏସ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀ OR01 ସ୍ପେସ୍ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ କଲେ ଫଳାଫଳ ମିଳିବ ।

ତେବେ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ଏହା ପ୍ରଥମ ଥର ହେବାକୁ ଯାଉଛି ଯେ, ପରୀକ୍ଷା ନ ଦେଇ ଫଳ ପାଇବେ ମାଟ୍ରିକ ପରୀକ୍ଷାର୍ଥୀ । ସେହିପରି ଚଳିତ ଥର 6 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ମାଟ୍ରିକ ରେଜଲ୍ଟ ।

ଦଶମ ଶ୍ରେଣୀ ବୋର୍ଡ ରେଗୁଲାର ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ । ପାଖାପାଖି ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହେବ ରେଜଲ୍ଟ । ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ୍ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+