ଅକ୍ଟୋବର 4 ତାରିଖରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା, ଜାଣନ୍ତୁ କଣ ରହିଛି ସୂଚୀ

କଟକ: ଘୁଞ୍ଚିଲା ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ଅକ୍ଟୋବର 4 ତାରିଖରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ଏ ନେଇ ସୂଚୀ ଜାରି କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ଦିନ 10 ଟା ରୁ 12.30 ମିନିଟ୍ ଯାଏଁ ପ୍ରଥମ ସିଟିଂ ପରୀକ୍ଷା ହେବ । ଏହା ପରେ ଦିନ 1 ଟା ରୁ 4 ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ଏ ନେଇ ସମୟ ନିର୍ଘଣ୍ଟ ଜାରି ହୋଇଛି ।

Matric exam date

ଅକ୍ଟୋବର 4 ତାରିଖରେ ପ୍ରଥମ ଦିନ ପ୍ରଥମ ସିଟିଂରେ ଓଡ଼ିଆ ଭାଷା ପରୀକ୍ଷା ହେବ । ଏହା ପରେ ସେହିଦିନ ଦ୍ୱିତୀୟ ସିଟିଂରେ ଇଂରାଜୀ ପରୀକ୍ଷା ହେବ ।

ସେହିପରି ଅକ୍ଟୋବର 5 ତାରିଖରେ ଗଣିତ ପରୀକ୍ଷା, 6 ତାରିଖରେ ବିଜ୍ଞାନ ପରୀକ୍ଷା ଏବଂ 7 ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବା ନେଇ ସୂଚୀରେ ଉଲ୍ଲେଖ ରହିଛି । ସେହିପରି 7 ତାରିଖ ଦ୍ୱିତୀୟ ସିଟିଂରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ ।

ସୂଚନାଥାଉକି, ଚଳିତ ମାସ 13 ରୁ 16 ତାରିଖ ପର୍ଯ୍ୟନ୍ତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପୂର୍ବରୁ ସମୟ ନିର୍ଘଣ୍ଟ ଜାରି କରାଯାଇଥିଲା । କିନ୍ତୁ ଚଳିତ ଶିକ୍ଷାବର୍ଷର ସିଲାବସ୍‌ ଅନୁସାରେ ପାଠପଢ଼ା ଏଯାଏଁ ଶେଷ ହୋଇ ଥିବାରୁ ରାଜ୍ୟରେ 5 ଲକ୍ଷରୁ ଅଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ମାନସିକ ଚାପରେ ରହିଥିଲେ । ପରୀକ୍ଷା ଘୁଞ୍ଚାଇବାକୁ ଓଷ୍ଟା ପକ୍ଷରୁ ମଧ୍ୟ ଦାବି ହେଉଥିଲା । ଏସବୁକୁ ଦୃଷ୍ଟିରେ ରଖି ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଅକ୍ଟୋବରକୁ ଘୁଞ୍ଚାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+