Get Updates
Get notified of breaking news, exclusive insights, and must-see stories!

ଘୁଞ୍ଚିଲା ମାଟ୍ରିକ ଫର୍ମ ଫିଲଅପ୍ ତାରିଖ

ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଫେବୃଆରୀ 12 ମଧ୍ୟରାତ୍ର ପର୍ଯ୍ୟନ୍ତ ସେମାନଙ୍କର ବୋର୍ଡ ପରୀକ୍ଷା ଫର୍ମ ପୂରଣ କରିପାରିବେ । ପୂର୍ବରୁ ଫର୍ମ ପୂରଣର ଶେଷ ତାରିଖ ଫେବୃଆରୀ 10 ଥିଲା ।

ଭୁବନେଶ୍ୱର : ଆଗାମୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟସୀମା ଦୁଇ ଦିନ ବୃଦ୍ଧି କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ବୋର୍ଡ ଅଫ୍ ସେକେଣ୍ଡାରୀ ଅଫ୍ ଏଜୁକେସନ୍ (ବିଏସ୍ଇ) ବୁଧବାର ସୂଚନା ଦେଇଛି ଯେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଫେବୃଆରୀ 12 ମଧ୍ୟରାତ୍ର ପର୍ଯ୍ୟନ୍ତ ସେମାନଙ୍କର ବୋର୍ଡ ପରୀକ୍ଷା ଫର୍ମ ପୂରଣ କରିପାରିବେ । ପୂର୍ବରୁ ଫର୍ମ ପୂରଣର ଶେଷ ତାରିଖ ଫେବୃଆରୀ 10 ଥିଲା ।

Matric-form-fill-up

ଏଠାରେ ସୂଚନାଥାଉକି, ରାଜ୍ୟର ଓଡିଆ ମାଧ୍ୟମ ବିଦ୍ୟାଳୟରେ ପାଠ ପଢୁଥିବା ସମସ୍ତ ଛାତ୍ର ଯେଉଁମାନେ ଗତ ବର୍ଷ ନବମରେ ଥିଲେ ସେମାନେ ଚଳିତ ବର୍ଷର ମେ'ରେ ଅନୁଷ୍ଠିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ଦେବାକୁ ଯୋଗ୍ୟ ହେବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରି ଏହି କଥା ସ୍ପଷ୍ଟ କରିଛି । 2019-20 ଏକାଡେମିକ ଅଧିବେଶନର ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ଦ୍ୱାରା ଆୟୋଜିତ 2021 ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା ଦେବାକୁ ଯୋଗ୍ୟ ଅଟନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+