ଘୁଞ୍ଚିଲା ମାଟ୍ରିକ ପରୀକ୍ଷା ଅନଲାଇନ୍ ଫର୍ମ ଫିଲ୍ଅପ୍ ତାରିଖ, ଏହି ତାରିଖ ଭିତରେ କରନ୍ତୁ ଆବେଦନ
କଟକ: ବଢିଲା ମାଟ୍ରିକ ପରୀକ୍ଷା ଅନଲାଇନ୍ ଫର୍ମ ଫିଲ୍ଅପ୍ ତାରିଖ । ଆବେଦନ କରିବା ନେଇ ଅକ୍ଟୋବର 5 ତାରିଖ ପର୍ଯ୍ୟନ୍ତ ଅବଧି ବଢାଇଛି ବୋର୍ଡ । ଏହା ପରେ ଆଉ ଅବଧି ବଢିବ ନାହିଁ ବୋଲି ସ୍ପଷ୍ଟ କରିଛି ବୋର୍ଡ । ଏହି ତାରିଖ ଭିତରେ ପରୀକ୍ଷାର୍ଥୀଙ୍କୁ ଅନଲାଇନରେ ଫର୍ମ ଫିଲ୍ଅପ୍ କରିବେ । ଏ ନେଇ ଶନିବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାପୂର୍ବରୁ ଜୁଲାଇ 27 ତାରିଖରେ ମାଟ୍ରିକ ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ଫେବୃଆରୀ 20 ତାରିଖରୁ ମାର୍ଚ୍ଚ 4 ଯାଏଁ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ । ବର୍ତ୍ତମାନର ଘୋଷଣା ଅନୁଯାୟୀ, ଅକ୍ଟୋବର 5 ତାରିଖ ଭିତରେ ଫର୍ମ ଫିଲ୍ଅପ୍ ହେବ । ମାର୍ଚ୍ଚ 12 ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା ।












Click it and Unblock the Notifications