Get Updates
Get notified of breaking news, exclusive insights, and must-see stories!

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ସୂଚୀ, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ବିଷୟର ପରୀକ୍ଷା

କଟକ: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ଫେବୃଆରୀ 20 ରୁ ଆରମ୍ଭ ହେବ ପରୀକ୍ଷା । ଏହା ମାର୍ଚ୍ଚ 4 ପର୍ଯ୍ୟନ୍ତ ଚାଲିବ । ଏ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

2991 କେନ୍ଦ୍ରରେ ପରୀକ୍ଷା ଦେବେ 5 ଲକ୍ଷ 51 ହଜାର 611 ଛାତ୍ରଛାତ୍ରୀ । ଏହା ପରେ ମାର୍ଚ୍ଚ 15 ରୁ ମାଟ୍ରିକ ଖାତା ଦେଖାହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଏଥର ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି । ପରୀକ୍ଷା ତଦାରଖ ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି । ସବୁ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ ସିସିଟିଭି ରହିବ ବୋଲି ସେ କହିଛନ୍ତି । ରାଜ୍ୟରେ ମୋଟ୍ 313 ଟି ନୋଡାଲ ସେଣ୍ଟର ହୋଇଛି ।

matric exam

କେଉଁ ତାରିଖରେ କେଉଁ ବିଷୟ

  • ଫେବୃଆରୀ 20 - ଓଡ଼ିଆ
  • ଫେବୃଆରୀ 23- ଇଂରାଜୀ
  • ଫେବୃଆରୀ 26-
  • ଫେବୃଆରୀ 28 - ହିନ୍ଦୀ/ସଂସ୍କୃତ
  • ମାର୍ଚ୍ଚ 2 - ବିଜ୍ଞାନ
  • ମାର୍ଚ୍ଚ -4 ସାମାଜିକ ବିଜ୍ଞାନ

ଚଳିତବ‌ର୍ଷ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ପ୍ରତି ବିଷୟରେ 100 ନମ୍ବର ବିଶିଷ୍ଟ ହେବ । ଏଥିରେ 50 ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ ଓ 50 ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ । ଛାତ୍ରଛାତ୍ରୀଙ୍କୁ ଏହି 100 ନମ୍ବରରୁ 80 ପ୍ରତିଶତ ୱେଟେଜ୍ ଓ ସ୍କୁଲ୍‌ ଦ୍ବାରା ପରିଚାଳିତ ଇଣ୍ଟର୍‌ନାଲ୍ ଆସେସ୍‌ମେଣ୍ଟରୁ 20 ପ୍ରତିଶତ ‌ୱେଟେଜ୍ ଦିଆଯାଇ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+