JEE Advanced 2021 : ପରୀକ୍ଷା ତାରିଖ ଘୋଷଣା କଲେ ଶିକ୍ଷା ମନ୍ତ୍ରୀ ; ଜୁଲାଇ 3ରେ ହେବ ପରୀକ୍ଷା

JEE ଆଡଭାନ୍ସ ପରୀକ୍ଷା ଜୁଲାଇ 3 ତାରିଖରେ ହେବା ନେଇ ସ୍ଥିର କରାଯାଇଛି ବୋଲି ରମେଶ ପୋଖରିଆଲ ନିଶାଙ୍କ ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ସନ୍ଧ୍ୟାରେ JEE ଆଡଭାନ୍ସଡ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଏହା ସହିତ ସେ ଆଇଆଇଟିରେ ଆଡମିଶନ ପାଇଁ ଯୋଗ୍ୟତା ମାନଦଣ୍ଡ, କେତେ ଥର ପରୀକ୍ଷା ନିଆଯାଇପାରିବ ଭଳି ସମସ୍ତ ସୂଚନା ଦେଇଛନ୍ତି । JEE ଆଡଭାନ୍ସ ପରୀକ୍ଷା ଜୁଲାଇ 3 ତାରିଖରେ ହେବା ନେଇ ସ୍ଥିର କରାଯାଇଛି ବୋଲି ରମେଶ ପୋଖରିଆଲ ନିଶାଙ୍କ ଘୋଷଣା କରିଛନ୍ତି ।

ramesh-pokhriyal

ସୂଚନାଯୋଗ୍ୟ, ତିନି ଦିନ ପୂର୍ବେ ଶିକ୍ଷା ମନ୍ତ୍ରୀ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏ ନେଇ ସୂଚନା ଦେଇଥିଲେ । 'ମୋର ପ୍ରିୟ ଛାତ୍ର, ମୁଁ ଆଇଆଇଟିରେ ଆଡମିଶନ ପାଇଁ ଯୋଗ୍ୟତା ମାନଦଣ୍ଡ ଏବଂ JEE ଆଡଭାନ୍ସ ପରୀକ୍ଷାର ତାରିଖ ନେଇ ଜାନୁଆରୀ 7 ରେ ସନ୍ଧ୍ୟା 6 ଟାରେ ଘୋଷଣା କରିବି ।' ବୋଲି ଟ୍ୱିଟରେ ଲେଖିଥିଲେ ।

ଭିଡିଓ କନଫରେନ୍ସିଂରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବାବେଳେ କେନ୍ଦ୍ର ମନ୍ତ୍ରୀ ନିଶାଙ୍କ କହିଛନ୍ତି, 'ଜେଇଇ ମେନ୍ ପରୀକ୍ଷାର ତାରିଖ ଘୋଷଣା ହେବା ନେଇ ସର୍ବଦା ପ୍ରିୟ ଛାତ୍ର ଓ ଛାତ୍ରମାନଙ୍କ ପ୍ରଶ୍ନ ପଚାରିଛନ୍ତି ଯେ, JEE ଆଡଭାନ୍ସଡ ପରୀକ୍ଷା କେବେ, କେଉଁଠାରେ ହେବ ଏବଂ ପରୀକ୍ଷାରେ କୌଣସି ରିହାତି ରହିବ କି ନାହିଁ । ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, 'ମୁଁ ଆଜି JEE ଆଡଭାନ୍ସଡ ପରୀକ୍ଷାର ତାରିଖ 3 ଜୁଲାଇ 2021 ରେ ସ୍ଥିର କରାଯାଇଥିବା ଘୋଷଣା କରି ବହୁତ ଖୁସି । ଆପଣମାନଙ୍କ ପାଖରେ ଏବେ ବି ପର୍ଯ୍ୟାପ୍ତ ସମୟ ଅଛି, ପରୀକ୍ଷା ପାଇଁ ନିଜକୁ ଭଲ ଭାବେ ପ୍ରସ୍ତୁତ କରିପାରିବ । ଚଳିତ ବର୍ଷ ଏହି ପରୀକ୍ଷା ଆଇଆଇଟି ଖଡ଼ଗପୁର ଆୟୋଜନ କରିବ ।'

ବହୁ ସଂଖ୍ୟକ ଛାତ୍ର ରମେଶ ପୋଖରିଆଲ ନିଶଙ୍କର ଏହି ଘୋଷଣାକୁ ଅପେକ୍ଷା କରିଥିଲେ । ଛାତ୍ରଚାତ୍ରୀଙ୍କ ପ୍ରଚୀକ୍ଷାର ଅନ୍ତ ହୋଇଛି । କରୋନା ମହାମାରୀ ହେତୁ ଅନେକ ଛାତ୍ର ଜେଇଇ ମେନ୍ ପରୀକ୍ଷା ଦେଇପାରିନଥିଲେ ଏବଂ ଅନେକ ଏହି କାରଣରୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିଲେ । ଏହା ପରେ ସେମାନେ ସରକାରଙ୍କଠାରୁ ସହାୟତା ଲୋଡିଥିଲେ । ଅନେକ ଛାତ୍ର ଅନ୍ୟ ଏକ ପ୍ରୟାସ ପାଇଁ ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଏବଂ ଅନ୍ୟ କେତେକ ଛାତ୍ରଛାତ୍ରୀ ଏନେଇ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିଥିଲେ । ଏହି ତାରିଖ ଘୋଷଣା ପରେ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଅନ୍ୟ ଏକ ପର୍ଯ୍ୟାୟ ପାଇପାରିବେ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+