ବିଦେଶରେ ପାଠ ପଢିବାର ସୁଯୋଗ ଆଣିଛି ଅନ୍ତର୍ଜାତୀୟ ଶିକ୍ଷା ବିଷୟକ ସପ୍ତାହ

ବିଦେଶରେ ପାଠ ପଢିବାର ସୁଯୋଗ ଦେବା ପାଇଁ ଆମେରିକାର ମହାବାଣିଜ୍ୟ ଦୂତ ଜୁଡିଥ୍ ରବିନ୍ ପାଳନ କରୁଛନ୍ତି ଅନ୍ତର୍ଜାତୀୟ ଶିକ୍ଷା ବିଷୟକ ସପ୍ତାହ | ଏହା ନଭେମ୍ବର 17 ରୁ 23 ତାରିଖ ପର୍ଯ୍ୟନ୍ତ ଚାଲିବ | ଏଥିରେ ଇଚ୍ଛୁକ ଛାତ୍ରାଛାତ୍ରୀ ଯୋଦଦେଇ ଷ୍ଟୁଡେଣ୍ଟ ଭିସା ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ |

ଚେନ୍ନାଇ : ଆପଣ ବିଦେଶରେ ପାଠ ପଢିବାକୁ ଇଚ୍ଛୁକ କି ? ତେବେ ଆପଣଙ୍କୁ ଏହାର ସୁଯୋଗ ଦେବା ପାଇଁ ଆମେରିକାର ମହାବାଣିଜ୍ୟ ଦୂତ ଜୁଡିଥ୍ ରବିନ୍ ପାଳନ କରୁଛନ୍ତି ଅନ୍ତର୍ଜାତୀୟ ଶିକ୍ଷା ବିଷୟକ ସପ୍ତାହ | ଏହା ନଭେମ୍ବର 17 ରୁ 23 ତାରିଖ ପର୍ଯ୍ୟନ୍ତ ଚାଲିବ | ଏଥିରେ ଇଚ୍ଛୁକ ଛାତ୍ରାଛାତ୍ରୀ ଯୋଦଦେଇ ଷ୍ଟୁଡେଣ୍ଟ ଭିସା ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ |
ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବ | ଏହାର ବିଷୟବସ୍ତୁ ରହିଛି, 'ନିଯୁକ୍ତି, ନମନୀୟତା ଏବଂ ବିଶ୍ୱ' | ଏଥିରେ ଯୋଗଦେବା ପାଇଁ ଇଚ୍ଛୁକ ବ୍ୟକ୍ତି ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ନାମ ପଞ୍ଜିକରଣ କରିପାରିବେ |

IEW-2020

ଅନ୍ତର୍ଜାତୀୟ ଶିକ୍ଷା ବିଷୟକ ସପ୍ତାହ-2020 ଆମେରିକାର ଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟ କରୁଛି | ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଛାତ୍ର ମାନଙ୍କ ପାଇଁ ବିଶ୍ୱସ୍ତରରେ ଏପରି ଏକ ବାତାବରଣ ସୃଷ୍ଟି କରିବା, ଯାହା ଦ୍ୱାରା ସେମାେନ ବିଦେଶରେ ପାଠ ପଢିବାର ସୁଯୋଗ ପାଇବା ସହ ନିଜର ଭାବର ଆଦାନ ପ୍ରଦାନ କରିପାରିବେ | ଇଚ୍ଛୁକ ବ୍ୟକ୍ତିମାନେ https://iew.state.gov/ କୁ ଯାଇ ସବିଶେଷ ସୂଚନା ପାଇପାରିବେ |

ଦକ୍ଷିଣ ଭାରତର ଚେନ୍ନାଇ ଏବଂ ବାଙ୍ଗାଲୋର ଦୁଇଟି ଅନୁଷ୍ଠାନରେ ମଧ୍ୟ ଏ ସମ୍ପର୍କିତ ସୂଚନା ପାଇପାରିବେ | ଏଥିଲାଗି ଆପଣ [email protected] ଏବଂ [email protected] ଜରିଆରେ ଆମଫ ସମ୍ପର୍କ କରିପାରିବେ | 17ରୁ ଅଧିକ ଦେଶରେ ଥିବା 430 ସୂଚନା କେନ୍ଦ୍ର ସହିତ ଆମେରିକାର EducationUSA ମାଧ୍ୟରେ ମଧ୍ୟ ଆପଣ ବ୍ୟାପକ ଏବଂ ସବିଶେଷ ବିବରଣୀ ପାଇପାରିବେ | ଏତି ସହିତ ଅଧିକ ତଥ୍ୟ ପାଇଁ https://educationusa.state.gov/ ସର୍ଚ୍ଚ କରିପାରିବେ |

ତାରିଖ- ନଭେମ୍ବର 17 : (ସଂନ୍ଧ୍ୟା 6.00-7.30)
କାର୍ଯ୍ୟକ୍ରମର ନାମ- ଭର୍ଚୁଆଲ କ୍ଲାସ୍ ରୁମରେ ଜିତିବା (Winning in a Virtual Classroom)
ଅନଲାଇନ୍ ପେଜ୍- https://www.facebook.com/chennai.usconsulate
ରେଜିଷ୍ଟର କରନ୍ତୁ - https://bit.ly/EdUSA-Nov17-VirtualClassroom

ତାରିଖ- ନଭେମ୍ବର 18: (ସଂନ୍ଧ୍ୟା 6.00-7.30)
କାର୍ଯ୍ୟକ୍ରମର ନାମ- ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ନାତକ ପଢିବା ପାଇଁ ରୋଡମ୍ୟାପ୍ (Roadmap to Undergraduate Study in the United States)
ଗୁଗୁଲ୍ ମିଟ୍ ରେ ଯୋଗଦେବା ପାଇଁ ଓ୍ୱେବିନାଲ ଲିଙ୍କ- https://bit.ly/EdUSAChennai
ରେଜିଷ୍ଟର କରନ୍ତୁ - http://bit.ly/EdUSA-UGStudy-Nov18

ତାରିଖ- ନଭେମ୍ବର 19: (ସଂନ୍ଧ୍ୟା 3.30-5.00)
କାର୍ଯ୍ୟକ୍ରମର ନାମ- ମହାମାରୀ ସମୟରେ ନିଜର ଅଧ୍ୟୟନ କରିବା (Adapting Your Research During the Pandemic )
ଭାରତୀୟ ଫୁଲ ବ୍ରାଇଟ୍-ନେହେରୁ ଆଲୁମିନିଙ୍କ ସହ ଆଲୋଚନା
ଯୋଗ ଦିଅନ୍ତୁ- http://bit.ly/researchmodeIEW2020

ତାରିଖ- ନଭେମ୍ବର 19: (ସଂନ୍ଧ୍ୟା 6.30-8.00)
କାର୍ଯ୍ୟକ୍ରମର ନାମ- ଆମେରିକି ପବ୍ଲିକ୍ ୟୁନିଭର୍ସିଟି ସିଷ୍ଟମ୍ (U.S. Public University Systems: Settling into the New Normal)
ଅନଲାଇନ୍ ଓ୍ୱେବିନାଲ ଲିଙ୍କ- http://facebook.com/americancenternewdelhi http://bit.ly/USPublicUnivs
ରେଜିଷ୍ଟର କରନ୍ତୁ - http://bit.ly/USPublicUnivs

ତାରିଖ- ନଭେମ୍ବର 20: (ସଂନ୍ଧ୍ୟା 6.30-8.00)
କାର୍ଯ୍ୟକ୍ରମର ନାମ- କ୍ୟୁ ଟାଇମ୍ ସ୍ପେଶାଲ (ବାଙ୍ଗାଲୋର ଏଜୁକେସନ୍ ୟୁଏସ୍ଏର ସ୍ୱତନ୍ତ୍ର କାର୍ଯ୍ୟକ୍ରମ)
ରେଜିଷ୍ଟର କରନ୍ତୁ - http://bit.ly/QTime20Nov

ତାରିଖ- ନଭେମ୍ବର 23: (ସଂନ୍ଧ୍ୟା 6.30-8.00)
କାର୍ଯ୍ୟକ୍ରମର ନାମ- Transfer to a U.S. University During Undergraduate Study - Discuss Your Options
ଅନଲାଇନ୍ ଓ୍ୱେବିନାଲ ଲିଙ୍କ- https://zoom.us/j/98458066178

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+