ରଦ୍ଦ ହେଲା ଆଇସିଏସ୍ଇ ବୋର୍ଡ ଦଶମ ପରୀକ୍ଷା, ଦ୍ୱାଦଶ ପାଇଁ ଜୁନ୍ ମାସରେ ହେବ ନିଷ୍ପତ୍ତି
ସାରା ଦେଶରେ କରୋନା ସଂକ୍ରମଣ ଭୟାବହତାକୁ ନଜରରେ ରଖି ଆଇସିଏସ୍ଇ ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ଆଇସିଏସ୍ଇ ବୋର୍ଡ କହିଛି ଯେ ଦ୍ୱାଦଶ ପରୀକ୍ଷା ନେଇ ନିଷ୍ପତ୍ତି ଜୁନ୍ 2021 ରେ ନିଆଯିବ ।
ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମଣ ଭୟାବହତାକୁ ନଜରରେ ରଖି ଆଇସିଏସ୍ଇ ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ଆଇସିଏସ୍ଇ ବୋର୍ଡ କହିଛି ଯେ ଦ୍ୱାଦଶ ପରୀକ୍ଷା ନେଇ ନିଷ୍ପତ୍ତି ଜୁନ୍ 2021 ରେ ନିଆଯିବ । ଦ୍ୱାଦଶ ପରୀକ୍ଷା ସମ୍ପର୍କରେ ପରିସ୍ଥିତି ଦେଖିବା ପରେ ଅଫଲାଇନ କରିବାକୁ ଚିନ୍ତା କରାଯିବ ବୋଲି ଆଇସିଏସ୍ଇ ବୋର୍ଡ କହିଛି । ଏହାପୂର୍ବରୁ ସିବିଏସ୍ଇ ବୋର୍ଡ ମଧ୍ୟ ଦଶମ ବୋର୍ଡର ପରୀକ୍ଷାକୁ ବାତିଲ କରି ଦ୍ୱାଦଶ ପରୀକ୍ଷା ନେଇ ପରେ ନିଷ୍ପତ୍ତି ନେବାକୁ କହିଥିଲେ । କରୋନାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ବୋର୍ଡ ପରୀକ୍ଷା ମଧ୍ୟ ବାତିଲ କରିଛନ୍ତି ।

ଏହା ପୂର୍ବରୁ ଆଇସିଏସ୍ଇ ବୋର୍ଡ କହିଥିଲା ଯେ ଦଶମ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ଇଚ୍ଛାଧୀନ ରହିବ । ଯେଉଁ ଛାତ୍ରମାନେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଚାହୁଁଛନ୍ତି, ସେମାନେ ପରୀକ୍ଷା ଦେଇପାରିବେ । ଅବଶିଷ୍ଟ ମୂଲ୍ୟାଙ୍କନ ପଦ୍ଧତିରୁ ବୋର୍ଡ ସେମାନଙ୍କ ପାଇଁ ଫଳାଫଳ ପ୍ରସ୍ତୁତ କରିବ । ପୂର୍ବ ବିଜ୍ଞପ୍ତିରେ ବୋର୍ଡ କହିଥିଲା ଯେଉଁ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଚାହୁଁନଥିବେ ସେମାନେ ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ସହିତ ପରୀକ୍ଷା ଦେଇ ପାରିବେ । ବୋର୍ଡ କହିଛି ଯେ ଦ୍ୱାଦଶ ପରୀକ୍ଷା ଉପରେ ନିଷ୍ପତ୍ତି ଜୁନ୍ ମାସରେ ନିଆଯିବ।
ICSE cancels class 10 board examinations, in the wake of #COVID19 situation. The status of exams for class 12 remains the same as the previous order - Class 12 Exam (offline) will be conducted at a later date. pic.twitter.com/59yD583ShL
— ANI (@ANI) April 20, 2021
ଏହାପୂର୍ବରୁ ICSE ବୋର୍ଡର ଦଶମ ପରୀକ୍ଷା 04 ମଇ 2021 ରୁ ଆରମ୍ଭ ହୋଇ 07 ଜୁନ୍ 2021 ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା । ଏଥି ସହିତ, ଦ୍ୱାଦଶ ପରୀକ୍ଷା 8 ଏପ୍ରିଲରୁ 18 ଜୁନ୍ ପର୍ଯ୍ୟନ୍ତ ହେବ ବୋଲି ବୋର୍ଡ ଘୋଷଣା କରିଥିଲା ।
ଅନ୍ୟପକ୍ଷରେ ଆଇସିଏସଇ ଅନୁବଦ୍ଧିତ ସ୍କୁଲ ଏକାଦଶ ପାଇଁ ଆଡମିଶନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏହାଛଡା ଅନଲାଇନ କ୍ଲାସ୍ ମଧ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ପିଲାମାନେ ଆଇଏସସି 2023 ଶିକ୍ଷାବର୍ଷର ସିଲାବସ ପାଠପଢିବେ ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications