• search
For Quick Alerts
Turn On Notification  
For Daily Alerts

ଆଇଟିଆଇ ଶେଷ କରିଥିବା ପ୍ରାଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ରାଷ୍ଟ୍ରାୟତ କମ୍ପାନୀରେ ମିଳିପାରେ ନିଯୁକ୍ତି...

|

HMT ନିଯୁକ୍ତି 2021 : HMT ମେସିନ୍ ଟୁଲ୍ସ ଲିମିଟେଡ୍ କମ୍ପାନୀ ଟ୍ରେନିଂ ପୋଷ୍ଟ ପାଇଁ ଆବେଦନ ଗ୍ରହଣ କରୁଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦ ପାଇଁ ଏପ୍ରିଲ୍ 10 ପୂର୍ବରୁ ୱେବସାଇଟରେ ଦିଆଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ କରିପାରିବେ । HMT ନିଯୁକ୍ତି 2021 ପାଇଁ ଆବେଦନ hmtindia.com ରେ ଉପଲବ୍ଧ । ନିଯୁକ୍ତି ପ୍ରକ୍ରିୟା ଏବଂ ଏହା ସମ୍ପର୍କିତ ସବିଶେଷ ତଥ୍ୟ ପାଇବା ପାଇଁ ଆଗକୁ ପଢନ୍ତୁ...

HMT ବିଜ୍ଞପ୍ତି ଅନୁଯାୟୀ, କମ୍ପାନୀ ଟ୍ରେନି-ଡିପ୍ଲୋମା ପଦବୀ ପାଇଁ ମୋଟ 07 ଟି ପୋଷ୍ଟ ଅଛି । ଏଥିସହିତ କମ୍ପାନୀ ଟ୍ରେନି (NCT / ITI + NAC) ପାଇଁ 14 ଟି ପଦବୀ ଖାଲି ରହିଛି ।

job

ଶିକ୍ଷାଗତ ଯୋଗ୍ୟତା :

କମ୍ପାନୀ ଟ୍ରେନି-ଡିପ୍ଲୋମା : କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ ବୋର୍ଡ / ବିଶ୍ୱବିଦ୍ୟାଳୟରୁ ମେକାନିକାଲ୍ ଇଞ୍ଜିନିୟରିଂ / ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଏବଂ କମ୍ପ୍ୟୁଟର ଇଞ୍ଜିନିୟରିଂରେ ତିନିବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ଶେଷ କରିବେ । ଏଥିଲାଗି ଆବେଦନକାରୀଙ୍କ ବୟସ ସୀମା 01 ମାର୍ଚ୍ଚ 2021 ସୁଦ୍ଧା 33 ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ।
କମ୍ପାନୀ ପ୍ରଶିକ୍ଷକ (NCVT / ITI + NAC) : ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ / ବୋର୍ଡରୁ NCVT / ITI + NAC ଶେଷ କରିଥିବା ଆବଶ୍ୟକ । ମେସିନ୍ ଟୁଲ୍ ଇଣ୍ଡଷ୍ଟ୍ରିରେ ପ୍ରାର୍ଥୀଙ୍କ ଅଭିଜ୍ଞତା ରହିବା ଉଚିତ୍ । କାର୍ଯ୍ୟ ଅଭିଜ୍ଞତା ଥିବା ପ୍ରାର୍ଥୀ କିମ୍ବା HMT ମେସିନ୍ ଟୁଲ୍ସ ଲିମିଟେଡ୍ ରେ ତାଲିମ ନେଇଥିବା ଆବେଦନକାରୀଙଅକୁ ଅଗ୍ରାଧିକାର ଦିଆଯିବ । ମେସିନ୍ ଟୁଲ୍ ଇଣ୍ଡଷ୍ଟ୍ରି ସହିତ ଜଡିତ ମଲ୍ଟି-ସ୍କିଲ୍ ଅପରେସନ୍ ସମ୍ପର୍କରେ ଜାଣିଥିବା ଆବଶ୍ୟକ । ଏଥିରେ ଏବେଦନ କରିବା କରିବା ପାଇଁ ବୟସ ସୀମା 01 ମାର୍ଚ୍ଚ 2021 ସୁଦ୍ଧା 33 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ।

ଆଗ୍ରହୀ ଏବଂ ଯୋଗ୍ୟ ଆବେଦନକାରୀମାନେ HMT ମେସିନ୍ ଟୁଲ୍ସ ଲିମିଟେଡ୍ ପାଇଁ ଆବେଦନ କରିପାରିବେ । ବିଜ୍ଞପ୍ତି ଅନୁଯାୟୀ ନିର୍ଦ୍ଦିଷ୍ଟ ଫର୍ମାଟରେ ଥିବା ଆବେଦନ ପତ୍ରକୁ ସଠିକ୍ ଭାବେ ପୂରଣ କରିବା ସହ ଏଥିରେ ଆନୁସଙ୍ଗିକ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର (ସେଲ୍ଫ ଆଟେଷ୍ଟେଡ୍) ଏବଂ ନିର୍ଦ୍ଦେଶ ଅନୁଯାୟୀ ଡି.ଡି ଜମା କରି ଏଥିରେ ସଂଲଗ୍ନ କରିବା ସହ ଲଫାପାରେ ପଠାଇବାକୁ ହେବ । ଆବେଦନାରୀ ମାନେ ସେମାନଙ୍କର ଆବେଦନ ପତ୍ର ସାଧାଣ ପୋଷ୍ଟ, ସ୍ପିଡ୍ ପୋଷ୍ଟ, ରେଜିଷ୍ଟର ପୋଷ୍ଟ କିମ୍ବା କୁରିଅର୍ ମାଧ୍ୟମରେ ପଠାଇ ପାରିବେ ।

HMT ଇଣ୍ଡିଆ ବିଷୟରେ ଅଧିକ ଜାଣନ୍ତୁ...

HMT ଲିମିଟେଡ୍ ହେଉଛି ଏକ ରାଷ୍ଟ୍ରାୟତ୍ତ ହୋଲଡିଂ କମ୍ପାନୀ । ଏହାର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, କମ୍ପାନୀ ଭାରତରେ ହେଭି ଇଣ୍ଡଷ୍ଟ୍ରିଜ୍ ଏବଂ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି । କମ୍ପାନୀର ସମ୍ପୂର୍ଣ୍ଣ ମାଲିକାନା ସହାୟକ ସଂସ୍ଥାଗୁଡ଼ିକରେ HMT ମେସିନ୍ ଟୁଲ୍ସ ଲିମିଟେଡ୍ ଏବଂ HMT ଇଣ୍ଟରନ୍ୟାସନାଲ ଲିମିଟେଡ୍ ଅନ୍ତର୍ଭୁକ୍ତ । ହିନ୍ଦୁସ୍ତାନ ମେସିନ୍ ଟୁଲ୍ସ (HMT) କୁ 1953 ମସିହାରେ ଭାରତ ସରକାର ଏକ ମେସିନ୍ ଟୁଲ୍ ଉତ୍ପାଦନକାରୀ କମ୍ପାନୀ ଭାବରେ ଅନ୍ତର୍ଭୁକ୍ତ କରିଥିଲେ ଏବଂ ଘଣ୍ଟା, ଟ୍ରାକ୍ଟର, ପ୍ରିଣ୍ଟିଂ ମେସିନାରୀ, ଧାତୁ ଗଠନକାରୀ ପ୍ରେସ୍ ଏବଂ ଡାଏ କାଷ୍ଟିଂରେ ବିଭକ୍ତ କରାଯାଇଥିଲା । କମ୍ପାନୀ ପ୍ରଗା ଟୁଲ୍ସ ଲିମିଟେଡ୍ (ସିକନ୍ଦରାବାଦରେ ଅବସ୍ଥିତ) କୁ ଏହାର ଅନ୍ୟତମ ସହାୟକ କମ୍ପାନୀ ଭାବରେ 1988 ରେ ଗ୍ରହଣ କଲା । କମ୍ପାନୀର ମୁଖ୍ୟାଳୟ ବେଙ୍ଗାଲୁରୁରେ ଅବସ୍ଥିତ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
HMT Requirement 2021 for Trainee post.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X