For Quick Alerts
Turn On Notification  
For Daily Alerts
Oneindia App Download

କଣ ହେବ ୟୁଜି / ପିଜି ପରୀକ୍ଷା ନିଷ୍ପତ୍ତି ? ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଚଳିତବର୍ଷ ୟୁଜି ପିଜି ପରୀକ୍ଷା ହେବାର ସମ୍ଭାବନା ଅଛି । ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିବା ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

|

ଭୁବନେଶ୍ବର : ଚଳିତବର୍ଷ ୟୁଜି ପିଜି ପରୀକ୍ଷା ହେବାର ସମ୍ଭାବନା ଅଛି । ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିବା ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ତେବେ ପରୀକ୍ଷା ହେବ ନା ନାହିଁ ଏହାର ଚୁଡ଼ାନ୍ତ ନିଷ୍ପତ୍ତି ଆସନ୍ତା 18 ତାରିଖରେ ନିଆଯିବ । ଏହି 7 ଦିନ ଭିତରେ କୁଳପତିମାନେ ସେମାନଙ୍କ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସରକାରଙ୍କୁ ଜଣାଇବ ।

arun sahoo

ଆଜି କୁଳପତିମାନଙ୍କ ବୈଠକରେ ଯେଉଁ ନିଷ୍ପତ୍ତି ହୋଇଛି, ସେଥିରେ ଗୋଟିଏ କଥା ଅଛି ଯେ ପରୀକ୍ଷା ପ୍ରାୟତଃ ହେବ । ପରୀକ୍ଷା ହେବା ଉଚିତ୍‌ । ତେଣୁ ଛାତ୍ରଛାତ୍ରୀମାନଙ୍କୁ ମୋର ଅନୁରୋଧ ସେମାନେ ପାଠପଢ଼ା ଜାରି ରଖନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ସାହୁ ।

ଆଜି ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ୟୁଜି ଓ ପିଜି ପରୀକ୍ଷା ନେଇ ଆଲୋଚନା କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଗତବର୍ଷ ପରୀକ୍ଷାକୁ ନେଇ ଆଲୋଚନା ହୋଇଛି । ଅନେକ ରାଜ୍ୟ ସରକାର ପରୀକ୍ଷା ବାତିଲ କରିଥିବା ବେଳେ ଓଡ଼ିଶା ସରକାର ପରୀକ୍ଷା କରିଥିଲେ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ମହାମାରୀ ଯୋଗୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ଥିବାରୁ ଅନଲାଇନ ପାଠପଢ଼ା ଚାଲିଛି । ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ । କୋର୍ସ ଶେଷ ହେବା ସହ ପରୀକ୍ଷା କରାଇବା ଦିଗରେ ସମସ୍ତ କଲେଜର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ମତାମତ ନେବେ କୁଳପତି । ପରୀକ୍ଷା ସଂକ୍ରାନ୍ତରେ ପିଲାମାନଙ୍କ ସହ ଆଲୋଚନା କରିବା ପରେ ସରକାରଙ୍କୁ ଜଣାଇବେ ଏବଂ ସରକାର ଆସନ୍ତା 18 ତାରିଖରେ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Higher Education Minister Arun Sahoo On UG PG Exam Meeting
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X