ଇଞ୍ଜିନିୟରିଂ ଏବଂ ମେଡ଼ିକାଲ ପାଠ୍ୟକ୍ରମରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସିଟ୍ ସଂରକ୍ଷଣ ନେଇ ଉଚ୍ଚ ସ୍ତରୀୟ କମିଟି ଗଠନ
ରାଜ୍ୟର ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ସଂରକ୍ଷଣ ସମ୍ପର୍କରେ ଆବଶ୍ୟକ ସୁପାରିଶ କରିବା ପାଇଁ ଓଡିଶା ସରକାର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି ।
ଭୁବନେଶ୍ୱର : ରାଜ୍ୟର ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ସଂରକ୍ଷଣ ସମ୍ପର୍କରେ ଆବଶ୍ୟକ ସୁପାରିଶ କରିବା ପାଇଁ ଓଡିଶା ସରକାର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି । ଏହି କମିଟି ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ସଂରକ୍ଷଣ ନେଇ ସୁପାରିଶ କରିବ । ଗତ ଡିସେମ୍ବର 28 ତାରିଖରେ ଅୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା ।

ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଡ଼ ଜଷ୍ଟିସ ଏ.କେ ମିଶ୍ର ଏହି କମିଟିର ଅଧ୍ୟକ୍ଷତା କରିବେ । ଯାଜପୁର ଜିଲ୍ଲାରେ 1958 ମସିହାରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ମିଶ୍ର ଫତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଜି ସାରିବା ପରେ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ LLB ଏବଂ LLM ପାଠ୍ୟକ୍ରମ ଶେଷ କରିଥିଲେ । ଏହା ପରେ ସେ 2002 ରେ "ରାଇଟ୍ ଟୁ ସ୍ପିଡ୍ ଟ୍ରାଏଲ୍" ରେ ପିଏଚଡି ମଧ୍ୟ କରିଛନ୍ତି । ଏହାପୂର୍ବରୁ ଓଡିଶା ଜୁଡିସିଆଲ ଏକାଡେମୀ, ସ୍ପେଶାଲ ଜଜ ସିବିଆଇ ଏବଂ ରେଜିଷ୍ଟ୍ରାର ଜେନେରାଲ ଓଡିଶା ହାଇକୋର୍ଟରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି ।
ଏହି କମିଟିରେ ଅନ୍ୟ 5ଜଣ ସଦସ୍ୟ ମଧ୍ୟ ରହିବେ । ସେମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା BARC ର ଲେଜର ଏବଂ ପ୍ଲାଜମା ଟେକ୍ନୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଭାଇସ୍ ଚେୟାରମ୍ୟାନ୍ ରହିଥିବା ପ୍ରଫେସର ଅଶୋକ କୁମାର ଦାସ, ଡାକ୍ତରୀ ଶିକ୍ଷା ଏବଂ ତାଲିମ, ଓଡ଼ିଶାର ନିର୍ଦ୍ଦେଶକ ପ୍ରଫେସର ସି.ବି.କେ ମହାନ୍ତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶାର ଚେୟାରମ୍ୟାନ୍ ଶ୍ରୀ ବି. ଏସ୍ ପୁନିଆ(ଭା.ପ୍ର.ସେ), ବୈଷୟିକ ଶିକ୍ଷା ଏବଂ ତାଲିମ, ଓଡିଶାର ନିର୍ଦ୍ଦେଶକ ଶ୍ରୀ ଜି. ରଘୁ (ଭା.ପ୍ର.ସେ) ଏବଂ SD&TE ବିଭାଗର ସରକାରଙ୍କ ଯୁଗ୍ମ ସଚିବ ଡ଼ ଏ.କେ ନାୟକ (ଓ.ପ୍ର.ସେ) ଏହାର ସଦସ୍ୟ ରହିବେ ।












Click it and Unblock the Notifications