ଫି' ଛାଡ୍ କରିନଥିବା ବେସରକାରୀ ସ୍କୁଲ ଉପରେ ସରକାର ନେବେ କାର୍ଯ୍ୟାନୁଷ୍ଠାନ !

COVID-19 ମହାମାରୀ ମଧ୍ୟରେ ସ୍କୁଲ ଫି ଛାଡ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବା ଘରୋଇ ତଥା ବେସରକାରୀ ସ୍କୁଲ ବିରୋଧରେ ଓଡ଼ିଶା ସରକାର କାର୍ଯାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ୱର : COVID-19 ମହାମାରୀ ମଧ୍ୟରେ ସ୍କୁଲ ଫି ଛାଡ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବା ଘରୋଇ ତଥା ବେସରକାରୀ ସ୍କୁଲ ବିରୋଧରେ ଓଡ଼ିଶା ସରକାର କାର୍ଯାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

Private-School

ଚଳିତ ବର୍ଷ ଜାନୁଆରୀରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଫି ଛାଡ କରିବା ପାଇଁ ପଦକ୍ଷେପ ନେବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ତେବେ ଅଧିକାଂଶ ବିଦ୍ୟାଳୟ ଏପର୍ଯ୍ୟନ୍ତ କୋର୍ଟଙ୍କ ଆଦେଶ ପାଳନ କରୁ ନ ଥିବାରୁ ବିଭାଗ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) କୁ ନିର୍ଦ୍ଦେଶ ଦେଇଛନ୍ତି । ଯାଜପୁର, ଖୋର୍ଦ୍ଧା ଏବଂ ସୁନ୍ଦରଗଡର ଡିଇଓ ଘରୋଇ ବିଦ୍ୟାଳୟକୁ ଫି ଛାଡ ନେଇ ରିପୋର୍ଟ ମାଗିଥିବା ବେଳେ ଅବଶିଷ୍ଟ ଜିଲ୍ଲାଗୁଡ଼ିକ ମଧ୍ୟ ଶୀଘ୍ର ଏଭଳି ପଦକ୍ଷେପ ନେବେ ବୋଲି ଜଣାପଡିଛି । ଅପଦପକ୍ଷରେ ନିଜ ନାମ ଗୋପନ ରଖି ଗଣମାଧ୍ୟମ ସୂଚନା ଦେଇ କିଛି DEO ବିଭାଗର ନିର୍ଦ୍ଦେଶ ପାଳନ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ ଯଦିଓ ସେମାନେ ବିଭାଗରୁ ମୌଖିକ ଆଦେଶ ପାଇଛନ୍ତି, ତଥାପି ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି କିମ୍ବା ଚିଠି ପାଇ ନାହାଁନ୍ତି ।
ଯେହେତୁ ବେସରକାରୀ ବିଦ୍ୟାଳୟଗୁଡ଼ିକ ମୌଖିକ ଆଦେଶ ପାଳନ କରୁନାହାଁନ୍ତି, ବିଭାଗ ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ କିମ୍ବା ବିଜ୍ଞପ୍ତି ଆଣିଲେ ହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଏହି ଡିଇଓ ଗଣମାଧ୍ୟମକୁ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+