ଯୁକ୍ତ ଦୁଇ କଲେଜରେ NEET ଓ JEE ମାଗଣା କୋଚିଂ
ଭୁବନେଶ୍ୱର: ଯୁକ୍ତ ଦୁଇ କଲେଜରେ ଆଜି ଠୁ NEET ଓ JEE କୋଚିଂ । ଭର୍ଚୁଆଲରେ କୋଚିଂ ନେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଆରମ୍ଭ ହେବ କୋଚିଂ । ଏଥିଲାଗି କଲେଜରେ ସ୍ମାର୍ଟ TV ଓ interactive panel install କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE ରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତାମୂଳକ ଦକ୍ଷତା ବୃଦ୍ଧି କରି ସଫଳତା ହାର ବଢ଼ାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି । ପ୍ରତିଦିନ କୋଚିଂ କ୍ଲାସର ଉପସ୍ଥାନ ସମ୍ପର୍କରେ ନୋଡାଲ ଅଫିସର ନିର୍ଦ୍ଦେଶାଳୟକୁ ଅବଗତ କରାଇବେ । ଅନଲାଇନ୍ କ୍ଲାସ ସମୟରେ କଲେଜ୍ କର୍ତ୍ତୃପକ୍ଷ ପିଲାଙ୍କୁ ସହାୟତା କରିବାକୁ ମେଣ୍ଟର ଟିଚରଙ୍କୁ ନିଯୁକ୍ତ କରିବେ ।
ସକାଳ 8.30 ରୁ 10 ଟା ପର୍ଯ୍ୟନ୍ତ ଏହି କମ୍ବାଇନ୍ଡ ୱାର୍ମ ଅପ୍ କ୍ଲାସ୍ କରିବାକୁ କୁହାଯାଇଛି । ଏ ନେଇ ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପୁଣି ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । 4 ତାରିଖରେ ରସାୟନ ବିଜ୍ଞାନ, 5ରେ ପଦାର୍ଥ ବିଜ୍ଞାନ ଏବଂ 6 ତାରିଖରେ ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଓ ଗଣିତ ପାଇଁ ୱାର୍ମ ଅପ୍ କ୍ଲାସ ହେବ । 8 ତାରିଖରୁ ସିଡ୍ୟୁଲ କ୍ଲାସ୍ ସମ୍ପର୍କରେ ପରବର୍ତ୍ତୀ ସମୟରେ ଜଣାଯିବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ।
ଏଥିସହ କେତେକ ଗାଇଡ୍ଲାଇନ୍ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏନ୍ଇଇଟି ଏବଂ ଜେଇଇ ପାଇଁ ମନୋନୀତ ବା ପଞ୍ଜୀକୃତ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ବିଜ୍ଞାନ ଛାତ୍ରୀଛାତ୍ରଙ୍କ ସୂଚନା ନିମନ୍ତେ ଅଧ୍ୟକ୍ଷ/ନୋଡାଲ ଅଧିକାରୀ ପଦକ୍ଷେପ ନେବେ । ପ୍ରତ୍ୟେକ କ୍ଲାସ୍ ଆରମ୍ଭ ହେବା ପୂର୍ବରୁ ଆଗୁଆ ଭାବେ ସମ୍ପୃକ୍ତ ବିଷୟର ଷ୍ଟଡି ମ୍ୟାଟେରିଆଲ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯିବ । ଛାତ୍ରୀଛାତ୍ରଙ୍କ ନିରନ୍ତର ଉପସ୍ଥାନ ନୋଡାଲ ଅଧିକାରୀ ସୁନିଶ୍ଚିତ କରିବେ । ଅଧ୍ୟକ୍ଷ ଶିକ୍ଷକଙ୍କୁ ପ୍ରତ୍ୟେକ ସେସନ୍ର ଦାୟିତ୍ୱ ଦେବେ । ଯଦି ବିଜ୍ଞାନ ଶିକ୍ଷକ ନ ଥା'ନ୍ତି କିମ୍ବା ଅନ୍ୟ କାର୍ଯ୍ୟରେ ନିୟୋଜିତ ଥାଆନ୍ତି, ତା'ହେଲେ ଶ୍ରେଣୀରେ ଶୃଙ୍ଖଳା ବଜାୟ ରଖିବା ତଥା ଦ୍ବନ୍ଦ୍ବ ଦୂର ପାଇଁ ସହାୟତା କରିବାକୁ ଯେକୌଣସି ଶିକ୍ଷକଙ୍କୁ ନିୟୋଜିତ କରାଯାଇପାରିବ ।
ଅନ୍ଲାଇନ୍ କ୍ଲାସ୍ରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା 20 ତଳକୁ ରହିଲେ, ସେଠାରେ NEET ଏବଂ JEE ପାଇଁ ଜଣେ ଲେଖାଏ ମେଣ୍ଟର ଶିକ୍ଷକ ରହିବେ । ସେହିପରି 20 ରୁ ଅଧିକ ପିଲା ହେଲେ 40-50 ଛାତ୍ରୀଛାତ୍ରଙ୍କୁ ନେଇ ଗ୍ରୁପ୍ କରାଯାଇ ଜଣେ ଲେଖାଏଁ ମେଣ୍ଟର ଶିକ୍ଷକ ନିଯୁକ୍ତ ହେବେ । ଯେକୌଣସି ବିଭାଗରୁ ମେଣ୍ଟର ଶିକ୍ଷକ ନିଯୁକ୍ତି ହୋଇପାରିବେ । ଅଭିଭାବକଙ୍କ ଭଳି ମେଣ୍ଟର ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଓ ପରାମର୍ଶ ଦେବେ । ପ୍ରତ୍ୟେକ କ୍ଲାସ୍ ସମାପ୍ତ ହେବା ପରେ ନୋଡାଲ ଅଧିକାରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ତଥ୍ୟ ଦେବେ ।
-
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ରଶ୍ମିକା ଏବଂ ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ କାହିଁକି ପହଞ୍ଚିଲେ ରାମ ଚରଣ ? ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ -
ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖୁଛନ୍ତି କି ପନିପରିବା ? ଜାଣନ୍ତୁ ଏହା ଆମ ଶରୀର ପାଇଁ .... -
ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଜିତାପଟ ହାସଲ କରିବି












Click it and Unblock the Notifications