ସରିଲା ପ୍ରଥମ ଦିନର ମାଟ୍ରିକ ପରୀକ୍ଷା
ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ଆଜି ପ୍ରଥମ ଦିନର ପରୀକ୍ଷା ଶେଷ ହୋଇଛି । ଖରାଦିନ ପାଇଁ ପରୀକ୍ଷା ସକାଳ 8 ଟାରୁ 10 ଟା ପର୍ଯ୍ୟନ୍ତ ରଖାଯାଇଛି ।
ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ଆଜି ପ୍ରଥମ ଦିନର ପରୀକ୍ଷା ଶେଷ ହୋଇଛି । ଖରାଦିନ ପାଇଁ ପରୀକ୍ଷା ସକାଳ 8 ଟାରୁ 10 ଟା ପର୍ଯ୍ୟନ୍ତ ରଖାଯାଇଛି ।

ରାଜ୍ୟର ମୋଟ 3, 540 ପରୀକ୍ଷା କେନ୍ଦ୍ରରେ ମୋଟ 5 ଲକ୍ଷ 85 ହଜାର 730 ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେଥିରୁ 3203 ପରୀକ୍ଷା କେନ୍ଦ୍ରରେ 5 ଲକ୍ଷ 71 ହଜାର 909 ଜଣ ପରିକ୍ଷାର୍ଥୀ ସମେଟିଭ୍-2 ପରୀକ୍ଷା ଦେଇଛନ୍ତି । 9378 ଜଣ ଓପନ୍ ସ୍କୁଲରେ ଓ 4443 ଜଣ ପରିକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି ।
ଖରା ଯୋଗୁ ପ୍ରତିଦିନ ଗୋଟିଏ ଲେଖାଏଁ ବିଷୟ ପରୀକ୍ଷା ରଖାଯାଇଛି । ସୁପରିଚାଳନା ପାଇଁ ରାଜ୍ୟରେ ମୋଟ 315 ଟି ନୋଡାଲ ସେଣ୍ଟର ହୋଇଛି । ପରୀକ୍ଷାକୁ ଶୃଙ୍ଖଳିତ ଓ କପିଶୂନ୍ୟ କରିବା ପାଇଁ 65 ଟି ଫ୍ଲାଇଂ ସ୍କ୍ୱାର୍ଡ ଓ 38 ଟି ସ୍ପେଶାଲ ସ୍କ୍ୱାଡ୍ ଗଠନ କରାଯାଇଛି । ପରୀକ୍ଷା ପ୍ରଶ୍ନ ପତ୍ର ଓ ଉତ୍ତର ଖାତା ରଖିବା ପାଇଁ ସାରା ରାଜ୍ୟରେ 315 ନୋଡାଲ ସେଣ୍ଟର ରହିଛି ।












Click it and Unblock the Notifications