For Quick Alerts
Turn On Notification  
For Daily Alerts
Oneindia App Download

ଅଗଷ୍ଟ 23ରୁ କମନ ପିଜି ପ୍ରବେଶିକା ପରୀକ୍ଷା, ଜାଣନ୍ତୁ କେବେ ପ୍ରକାଶ ପାଇବ ଫଳ, କେବେ ହେବ ଆଡ଼ମିଶନ

ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ 2021-22 ଶିକ୍ଷାବର୍ଷରେ ଅଗଷ୍ଟ 23 ତାରିଖ ଠାରୁ ପ୍ରବେଶିକା ପରୀକ୍ଷାର ଆୟୋଜନ କରାଯିବ । ଏହା ସେପ୍ଟେମ୍ବର 1 ତାରିଖ ଯାଏଁ ଜାରି ରହିବ ।

|

ଭୁବନେଶ୍ୱର : ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ନାମ ଲେଖାପାଇଁ ଅଗଷ୍ଟ 23ରୁ ଆରମ୍ଭ ହେବ କମନ୍ ପିଜି ପ୍ରବେଶିକା ପରୀକ୍ଷା । ଏହା ପୂର୍ବରୁ ମହାବିଦ୍ୟାଳୟରେ ଆସନ୍ତା ଅଗଷ୍ଟ 19 ତାରିଖଠାରୁ ୟୁଜି ଶେଷ ସେମିଷ୍ଟାର ପରୀକ୍ଷା ହେବ । ସେପ୍ଟେମ୍ବର 27 ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

pg

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ 2021-22 ଶିକ୍ଷାବର୍ଷରେ ଅଗଷ୍ଟ 23 ତାରିଖ ଠାରୁ ପ୍ରବେଶିକା ପରୀକ୍ଷାର ଆୟୋଜନ କରାଯିବ । ଏହା ସେପ୍ଟେମ୍ବର 1 ତାରିଖ ଯାଏଁ ଜାରି ରହିବ । ସେହିପରି ଅକ୍ଟୋବର 15 ତାରିଖ ସୁଦ୍ଧା ପିଜି ପ୍ରଥମ ସେମିଷ୍ଟାର ପାଇଁ ନାମଲେଖା ଶେଷ ହେବ ।

ସେହିପରି ପିଜି ଶେଷ ସେମିଷ୍ଟାର ପିଲାମାନଙ୍କର ପରୀକ୍ଷା ଅଗଷ୍ଟ 31 ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପିଲାମାନଙ୍କର ପରୀକ୍ଷା ଫଳ ସେପ୍ଟେମ୍ବର 20 ସୁଦ୍ଧା ପ୍ରକାଶ ପାଇବ ବୋଲି କୁଳପତି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Common PG Entrance Will Start Form 23rd August
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X