For Quick Alerts
Turn On Notification  
For Daily Alerts
Oneindia App Download

ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ସୁପ୍ରିମକୋର୍ଟରେ ମୂଲ୍ୟାଙ୍କନ ପଦ୍ଧତି ଦାଖଲ କଲା ସିବିଏସ୍ଇ

ଦଶମ ଶ୍ରେଣୀର ମୋଟ 5ଟି ବିଷୟରୁ ଶ୍ରେଷ୍ଠ 3ଟି ବିଷୟର ମାର୍କ ବିଚାରକୁ ନିଆଯିବ । ସେହିପରି ଏକାଦଶ ଶ୍ରେଣୀର ଅତିକମରେ 5ଟି ବିଷୟର ଟର୍ମ ପରୀକ୍ଷା, ୟୁନିଟ ଟେଷ୍ଟ ଓ ମୋଟ ରେଜଲ୍ଟକୁ ବିଚାରକୁ ନିଆଯାଇ ହାରାହାରି ମାର୍କର ବିଚାର କରାଯିବ ।

|

ନୂଆଦିଲ୍ଲୀ : କରୋନାଭାଇରସ୍ ମହାମାରୀ ଯୋଗୁଁ ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାଦଶ ପରୀକ୍ଷା ବାତିଲ ହୋଇଛି । ଏଭଳି ପରିସ୍ଥିତିରେ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କୁ ମାର୍କ ଏବଂ ଗ୍ରେଡ୍ ପ୍ରଦାନ କରିବାର ଆଧାର କ'ଣ ହେବ ସେଥିପାଇଁ ସିବିଏସ୍ଇ ଦ୍ୱାରା ଏକ କମିଟି ଗଠନ କରାଯାଇଥିଲା । ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ମାର୍କିଂର ଆଧାର କ'ଣ ହେବ ଏନେଇ ଗୁରୁବାର ଦିନ କମିଟି ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି । ସିବିଏସ୍ଇ ତରଫରୁ ସୁପ୍ରିମକୋର୍ଟଙ୍କୁ କୁହାଯାଇଛି ଯେ ଦ୍ୱାଦଶ ଶ୍ରେଣୀ ଫଳାଫଳ ପାଇଁ ଛାତ୍ରଙ୍କ ଦଶମ ଏବଂ ଏକାଦଶ ମାର୍କର 30-30 ପ୍ରତିଶତ ମାର୍କ ଏବଂ ଦ୍ୱାଦଶର 40 ପ୍ରତିଶତ ମାର୍କକୁ ଆଧାର କରାଯିବ ।

CBSE

ସିବିଏସଇ କହିଛି, ଶିକ୍ଷାର୍ଥୀମାନଙ୍କ ପୂର୍ବ ଶ୍ରେଣୀର ପ୍ରଦର୍ଶନ ଆଧାରରେ ମାର୍କ ଦିଆଯିବ । ଦଶମ ଶ୍ରେଣୀର ମୋଟ 5ଟି ବିଷୟରୁ ଶ୍ରେଷ୍ଠ 3ଟି ବିଷୟର ମାର୍କ ବିଚାରକୁ ନିଆଯିବ । ସେହିପରି ଏକାଦଶ ଶ୍ରେଣୀର ଅତିକମରେ 5ଟି ବିଷୟର ଟର୍ମ ପରୀକ୍ଷା, ୟୁନିଟ ଟେଷ୍ଟ ଓ ମୋଟ ରେଜଲ୍ଟକୁ ବିଚାରକୁ ନିଆଯାଇ ହାରାହାରି ମାର୍କର ବିଚାର କରାଯିବ । ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଓ ପ୍ରି-ବୋର୍ଡ ଆଧାରରେ ମାର୍କ ଦିଆଯିବ ।

ଏ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଭାରତର ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ କହିଥିଲେ ଯେ ଜୁଲାଇ 31 ସୁଦ୍ଧା ସିବିଏସଇ ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷା ଫଳ ଘୋଷଣା କରିବାକୁ ପଦକ୍ଷେପ ନିଆଯାଉଛି । ଏହାଫଳରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶନ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଆଶଙ୍କା ଦୂର ହୋଇଛି । ଏଥିସହିତ ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ନମ୍ବର ଦିଆଯିବ, ତାହା ମଧ୍ୟ ବିସ୍ତୃତ ଭାବରେ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଉପସ୍ଥାପନ କରାଯାଇଛି ।

ସିବିଏସ୍ଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ କୁହାଯାଇଛି ଯେ ଦ୍ୱାଦଶ ଫଳାଫଳ ଜୁଲାଇ 31 ସୁଦ୍ଧା ଘୋଷଣା କରାଯିବ, ଯେଉଁ ପିଲାମାନେ ଏହି ଫଳାଫଳରେ ସନ୍ତୁଷ୍ଟ ହେବେ ନାହିଁ । ସେମାନଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ, ଏଥିପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
CBSE Submitted 2th Evaluation Process Before Supreme Court, Result Will be Declared Before 31st July.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X