Get Updates
Get notified of breaking news, exclusive insights, and must-see stories!

ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ସୁପ୍ରିମକୋର୍ଟରେ ମୂଲ୍ୟାଙ୍କନ ପଦ୍ଧତି ଦାଖଲ କଲା ସିବିଏସ୍ଇ

ଦଶମ ଶ୍ରେଣୀର ମୋଟ 5ଟି ବିଷୟରୁ ଶ୍ରେଷ୍ଠ 3ଟି ବିଷୟର ମାର୍କ ବିଚାରକୁ ନିଆଯିବ । ସେହିପରି ଏକାଦଶ ଶ୍ରେଣୀର ଅତିକମରେ 5ଟି ବିଷୟର ଟର୍ମ ପରୀକ୍ଷା, ୟୁନିଟ ଟେଷ୍ଟ ଓ ମୋଟ ରେଜଲ୍ଟକୁ ବିଚାରକୁ ନିଆଯାଇ ହାରାହାରି ମାର୍କର ବିଚାର କରାଯିବ ।

ନୂଆଦିଲ୍ଲୀ : କରୋନାଭାଇରସ୍ ମହାମାରୀ ଯୋଗୁଁ ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାଦଶ ପରୀକ୍ଷା ବାତିଲ ହୋଇଛି । ଏଭଳି ପରିସ୍ଥିତିରେ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କୁ ମାର୍କ ଏବଂ ଗ୍ରେଡ୍ ପ୍ରଦାନ କରିବାର ଆଧାର କ'ଣ ହେବ ସେଥିପାଇଁ ସିବିଏସ୍ଇ ଦ୍ୱାରା ଏକ କମିଟି ଗଠନ କରାଯାଇଥିଲା । ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ମାର୍କିଂର ଆଧାର କ'ଣ ହେବ ଏନେଇ ଗୁରୁବାର ଦିନ କମିଟି ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି । ସିବିଏସ୍ଇ ତରଫରୁ ସୁପ୍ରିମକୋର୍ଟଙ୍କୁ କୁହାଯାଇଛି ଯେ ଦ୍ୱାଦଶ ଶ୍ରେଣୀ ଫଳାଫଳ ପାଇଁ ଛାତ୍ରଙ୍କ ଦଶମ ଏବଂ ଏକାଦଶ ମାର୍କର 30-30 ପ୍ରତିଶତ ମାର୍କ ଏବଂ ଦ୍ୱାଦଶର 40 ପ୍ରତିଶତ ମାର୍କକୁ ଆଧାର କରାଯିବ ।

CBSE

ସିବିଏସଇ କହିଛି, ଶିକ୍ଷାର୍ଥୀମାନଙ୍କ ପୂର୍ବ ଶ୍ରେଣୀର ପ୍ରଦର୍ଶନ ଆଧାରରେ ମାର୍କ ଦିଆଯିବ । ଦଶମ ଶ୍ରେଣୀର ମୋଟ 5ଟି ବିଷୟରୁ ଶ୍ରେଷ୍ଠ 3ଟି ବିଷୟର ମାର୍କ ବିଚାରକୁ ନିଆଯିବ । ସେହିପରି ଏକାଦଶ ଶ୍ରେଣୀର ଅତିକମରେ 5ଟି ବିଷୟର ଟର୍ମ ପରୀକ୍ଷା, ୟୁନିଟ ଟେଷ୍ଟ ଓ ମୋଟ ରେଜଲ୍ଟକୁ ବିଚାରକୁ ନିଆଯାଇ ହାରାହାରି ମାର୍କର ବିଚାର କରାଯିବ । ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଓ ପ୍ରି-ବୋର୍ଡ ଆଧାରରେ ମାର୍କ ଦିଆଯିବ ।

ଏ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଭାରତର ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ କହିଥିଲେ ଯେ ଜୁଲାଇ 31 ସୁଦ୍ଧା ସିବିଏସଇ ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷା ଫଳ ଘୋଷଣା କରିବାକୁ ପଦକ୍ଷେପ ନିଆଯାଉଛି । ଏହାଫଳରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶନ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଆଶଙ୍କା ଦୂର ହୋଇଛି । ଏଥିସହିତ ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ନମ୍ବର ଦିଆଯିବ, ତାହା ମଧ୍ୟ ବିସ୍ତୃତ ଭାବରେ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଉପସ୍ଥାପନ କରାଯାଇଛି ।

ସିବିଏସ୍ଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ କୁହାଯାଇଛି ଯେ ଦ୍ୱାଦଶ ଫଳାଫଳ ଜୁଲାଇ 31 ସୁଦ୍ଧା ଘୋଷଣା କରାଯିବ, ଯେଉଁ ପିଲାମାନେ ଏହି ଫଳାଫଳରେ ସନ୍ତୁଷ୍ଟ ହେବେ ନାହିଁ । ସେମାନଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ, ଏଥିପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+