ନିଜ ସୁବିଧା ଅନୁସାରେ ପରୀକ୍ଷା କେନ୍ଦ୍ର ଚୟନ କରିବେ ସିବିଏସ୍ଏ ପରୀକ୍ଷାର୍ଥୀ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ନିଜ ଇଚ୍ଛା ଅନୁସାରେ ପରୀକ୍ଷା କେନ୍ଦ୍ର ଚୟନ କରିପାରିବେ ।

ଭୁବନେଶ୍ୱର : ନିଜ ସୁବିଧା ଅନୁସାରେ ପରୀକ୍ଷା କେନ୍ଦ୍ର ଚୟନ କରିପାରିବେ ସିବିଏସ୍ଇ ଛାତ୍ରାଛାତ୍ରୀ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ନିଜ ଇଚ୍ଛା ଅନୁସାରେ ପରୀକ୍ଷା କେନ୍ଦ୍ର ଚୟନ କରିପାରିବେ । ଛାତ୍ରାଛାତ୍ରୀ ମାନେ ଯେଉଁ ସହରରେ ଅଛନ୍ତି ସେହି ସହରରେ ସେମାନେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇପାରିବେ ବୋଲି ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

CBSE

ସିବିଏସିଇ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି, କରୋନା ପ୍ରଭାବରୁ ଅନେକ ଅଭିଭାବକ ସହର ପରିବର୍ତ୍ତନ କରିଛନ୍ତି । ସ୍ଥିତି ସ୍ୱାଭାବିକ ହୋଇ ନଥିବାରୁ ଛତ୍ରଛତ୍ରୀ ପଢୁଥିବା ସହରରୁ ଫେରିପାରିନାହାଁନ୍ତି । ତେଣୁ ଚଳିତ ବର୍ଷର ଛାତ୍ରଛାତ୍ରୀମାନେ ଯେଉଁ ସହରରେ ଅଛନ୍ତି, ସେହି ସହରରେ ହିଁ ପରୀକ୍ଷା ଦେଇପାରିବେ । ନହେଲେ ଅନେକ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ଏନେଇ ପରୀକ୍ଷାର୍ଥୀମାନେ ମାର୍ଚ୍ଚ 25 ତାରିଖ ସୁଦ୍ଧା ବିଦ୍ୟାଳୟ ସ୍ତରରେ ଆବେଦନ କରିପାରିବେ । ଏହାପରେ ବିଦ୍ୟାଳୟ ଗୁଡ଼ିକ ମାର୍ଚ୍ଚ 31 ତାରିଖ ସୁଦ୍ଧା ବିଭାଗକୁ ଅବଗତ କରାଇବେ । ବୋର୍ଡର ମଞ୍ଜୁରୀ ପରେ ଛାତ୍ରାଛାତ୍ରୀମାନେ ଆବେଗନ କରିଥିବା ନିକଟସ୍ଥ ବିଦ୍ୟାଳୟରେ ବୋର୍ଡ ପରୀକ୍ଷା ଦେଇ ପାରିବେ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି । ଏନେଇ ସିବିଏସ୍ଇ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଓ ବିଦ୍ୟାଳୟକୁ ଅବଗତ କରାଇଛି । କିନ୍ତୁ ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ ଓ ଥିଓରୀ ପରୀକ୍ଷା ଗୋଟିଏ କେନ୍ଦ୍ରରେ ଦେବା ବାଧ୍ୟତାମୂଳକ ବୋଲି ସିବିଏସ୍ଇ ଏହାର ବିଜ୍ଞପ୍ତିରେ ଦର୍ଶାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+