For Quick Alerts
Turn On Notification  
For Daily Alerts
Oneindia App Download

ସିବିଏସଇ ମୂଲ୍ୟାଙ୍କନ ନେଇ କମିଟିର ଫର୍ମୁଲା, ଜାଣନ୍ତୁ କେମିତି ମିଳିବ ମାର୍କ

କମିଟି ବର୍ତ୍ତମାନ ମୂଲ୍ୟାଙ୍କନ ନେଇ ରୂପରେଖ ପ୍ରସ୍ତୁତି କରିଛି । 30-30-40 ଆଧାରରେ ମୂଲ୍ୟାଙ୍କନ କରିବା ନେଇ ସିବିଏସଇ ଚୟନ କମିଟି ସହମତି ପ୍ରକାଶ କରିଛି ।

|

ଭୁବନେଶ୍ୱର : ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ହେବା ପରେ ଏହାର ମୂଲ୍ୟାଙ୍କ ନେଇ କଳ୍ପନାଜଳ୍ପନା ଲାଗି ରରହିଥିଲା । ଏଥିଲାଗି ଏକ କମିଟି ଗଠନ କରାଯିବା ସହ ମୂଲ୍ୟାଙ୍କ ପଦ୍ଧତି ସ୍ଥିର କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି କମିଟି ବର୍ତ୍ତମାନ ମୂଲ୍ୟାଙ୍କନ ନେଇ ରୂପରେଖ ପ୍ରସ୍ତୁତି କରିଛି । 30-30-40 ଆଧାରରେ ମୂଲ୍ୟାଙ୍କନ କରିବା ନେଇ ସିବିଏସଇ ଚୟନ କମିଟି ସହମତି ପ୍ରକାଶ କରିଛି ।

cbse

ଏହି ରୂପରେଖ ଅନୁସାରେ ଦଶମ ଓ ଏକାଦଶର ଫଳ ଏବଂ ଦ୍ୱାଦଶ ପ୍ରିବୋର୍ଡ ଫଳର ଅନୁଧ୍ୟାନ ହେବ । ସିବିଏସଇର ଚୟନ କମିଟିର 13 ଜଣ ସଦସ୍ୟ ଏହି 30-30-40 ଫର୍ମୁଲାକୁ ସମର୍ଥନ କରିଛନ୍ତି । ଖୁବ୍‌ଶୀଘ୍ର ସୁପ୍ରିମକୋର୍ଟରେ ଏନେଇ ରିପୋର୍ଟ ଦାଖଲ କରିବ ସିବିଏସଇ ।

ଏହି ପଦ୍ଧତିରେ ଦଶମ ଏବଂ ଏକାଦଶ ଶ୍ରେଣୀ ମାର୍କର 30 ପ୍ରତିଶତ ଲେଖାଏଁ ପ୍ରାଧାନ୍ୟ ଦିଆଯିବ । ଏହା ସହିତ ଦ୍ୱାଦଶ ପ୍ରିବୋର୍ଡର 40 ପ୍ରତିଶତକୁ ପ୍ରଧାନ୍ୟ ଦିଆଯିବ ।

ସୂଚନାଯୋଗ୍ୟ, କରୋନା ପାଇଁ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା । ଏନେଇ ସୁପ୍ରିମକୋର୍ଟଙ୍କୁ ଅଭିଭାବକ ସଂଘ ଆବେଦନ କରିଥିଲେ । ତେବେ କେମିତି ମୁଲ୍ୟାୟନ ହେବ ସେନେଇ ସିବିଏସଇକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଥିଲା । ଯେଉଁ ସ୍କୁଲ ମାନଙ୍କରେ ଦ୍ୱାଦଶ ପ୍ରିବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇପାରିନାହିଁ । ସେମାନେ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କର ଟେଷ୍ଟ କରାଇବେ । ଏହାର ଫଳ ଜୁନ୍‌ 28 ସୁଧା ଦାଖଲ କରିବା ପାଇଁ କୁହାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
CBSE Evaluation Process For 12th Exam May be On 30-30-40 Process, know Details.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X