ସିବିଏସଇ ମୂଲ୍ୟାଙ୍କନ ନେଇ କମିଟିର ଫର୍ମୁଲା, ଜାଣନ୍ତୁ କେମିତି ମିଳିବ ମାର୍କ
କମିଟି ବର୍ତ୍ତମାନ ମୂଲ୍ୟାଙ୍କନ ନେଇ ରୂପରେଖ ପ୍ରସ୍ତୁତି କରିଛି । 30-30-40 ଆଧାରରେ ମୂଲ୍ୟାଙ୍କନ କରିବା ନେଇ ସିବିଏସଇ ଚୟନ କମିଟି ସହମତି ପ୍ରକାଶ କରିଛି ।
ଭୁବନେଶ୍ୱର : ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ହେବା ପରେ ଏହାର ମୂଲ୍ୟାଙ୍କ ନେଇ କଳ୍ପନାଜଳ୍ପନା ଲାଗି ରରହିଥିଲା । ଏଥିଲାଗି ଏକ କମିଟି ଗଠନ କରାଯିବା ସହ ମୂଲ୍ୟାଙ୍କ ପଦ୍ଧତି ସ୍ଥିର କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି କମିଟି ବର୍ତ୍ତମାନ ମୂଲ୍ୟାଙ୍କନ ନେଇ ରୂପରେଖ ପ୍ରସ୍ତୁତି କରିଛି । 30-30-40 ଆଧାରରେ ମୂଲ୍ୟାଙ୍କନ କରିବା ନେଇ ସିବିଏସଇ ଚୟନ କମିଟି ସହମତି ପ୍ରକାଶ କରିଛି ।

ଏହି ରୂପରେଖ ଅନୁସାରେ ଦଶମ ଓ ଏକାଦଶର ଫଳ ଏବଂ ଦ୍ୱାଦଶ ପ୍ରିବୋର୍ଡ ଫଳର ଅନୁଧ୍ୟାନ ହେବ । ସିବିଏସଇର ଚୟନ କମିଟିର 13 ଜଣ ସଦସ୍ୟ ଏହି 30-30-40 ଫର୍ମୁଲାକୁ ସମର୍ଥନ କରିଛନ୍ତି । ଖୁବ୍ଶୀଘ୍ର ସୁପ୍ରିମକୋର୍ଟରେ ଏନେଇ ରିପୋର୍ଟ ଦାଖଲ କରିବ ସିବିଏସଇ ।
ଏହି ପଦ୍ଧତିରେ ଦଶମ ଏବଂ ଏକାଦଶ ଶ୍ରେଣୀ ମାର୍କର 30 ପ୍ରତିଶତ ଲେଖାଏଁ ପ୍ରାଧାନ୍ୟ ଦିଆଯିବ । ଏହା ସହିତ ଦ୍ୱାଦଶ ପ୍ରିବୋର୍ଡର 40 ପ୍ରତିଶତକୁ ପ୍ରଧାନ୍ୟ ଦିଆଯିବ ।
ସୂଚନାଯୋଗ୍ୟ, କରୋନା ପାଇଁ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା । ଏନେଇ ସୁପ୍ରିମକୋର୍ଟଙ୍କୁ ଅଭିଭାବକ ସଂଘ ଆବେଦନ କରିଥିଲେ । ତେବେ କେମିତି ମୁଲ୍ୟାୟନ ହେବ ସେନେଇ ସିବିଏସଇକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଥିଲା । ଯେଉଁ ସ୍କୁଲ ମାନଙ୍କରେ ଦ୍ୱାଦଶ ପ୍ରିବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇପାରିନାହିଁ । ସେମାନେ ଅନ୍ଲାଇନ୍ରେ ଛାତ୍ରଛାତ୍ରୀଙ୍କର ଟେଷ୍ଟ କରାଇବେ । ଏହାର ଫଳ ଜୁନ୍ 28 ସୁଧା ଦାଖଲ କରିବା ପାଇଁ କୁହାଯାଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications