ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷାରେ ମିଳିବନି ଡିଭିଜନ୍ କିମ୍ବା ରାଙ୍କ୍, ବଡ଼ ନିଷ୍ପତ୍ତି ନେଲା ଏହି ବୋର୍ଡ

CBSE Board Exam: ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଆଉ ମିଳିବନି ଗ୍ରେଡ୍ କିମ୍ବା ରାଙ୍କ୍ । ତତ୍କାଳ ପ୍ରଭାବ ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଡିଭିଜନ୍(ଗ୍ରେଡ୍) ଓ ରାଙ୍କ୍ ନ ଦେବା ନେଇ ନିଷ୍ପତ୍ତି ନିଆଯାଇଛି । ଏହା ବଦଳରେ ବ୍ୟକ୍ତିଗତ ବିଷୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶ ଉପରେ ଧ୍ୟାନ ଦିଆଯିବ । ଏ ନେଇ ବଡ଼ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) । ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ନିଜର ମୂଲ୍ୟାଙ୍କନ ପଦ୍ଧତିରେ ପ୍ରମୁଖ ପରିବର୍ତ୍ତନ ଘୋଷଣା କରିଛି ସିବିଏସ୍ଇ ।

CBSE

ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ ସୟମ୍ ଭରଦ୍ୱାଜ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ସେ ଜାରି କିରିଥିବା ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ମାର୍କ ହିସାବ ପାଇଁ ଶ୍ରେଷ୍ଠ ପାଞ୍ଚଟି ବିଷୟ ନିର୍ଣ୍ଣୟ କରିବା ଆଡମିଶନ କରିଥିବା କଲେଜର ଦାୟିତ୍ୱ ହେବ ।

ମାର୍କ ଶତକଡ଼ା ହିସାବ ବୋର୍ଡ କରିବ ନାହିଁ । ବିଜ୍ଞପ୍ତି ମୁତାବକ 2024 ଶିକ୍ଷାବର୍ଷ ଠାରୁ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ କୌଣସି ଡିଭିଜନ, ରାଙ୍କ କିମ୍ବା ଏଗ୍ରିଗେଟ୍ ମାର୍କସ୍ ଦିଆଯିବ ନାହିଁ । ନୂଆ ଶିକ୍ଷାନୀତି 2020 ଲାଗୁ ହେବା ପରେ ଶିକ୍ଷା ବିଭାଗରେ ଅନେକ ପ୍ରକାର ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ ସିବିଏସଇ ବୋର୍ଡ ଏଭଳି ପଦକ୍ଷେପ ନେଇଛି । ବୋର୍ଡ ତରଫରୁ କୁହାଯାଇଛି ଯେ, ଏହି ନିୟମ ଲାଗୁ ହେବାପରେ ଛାତ୍ରଛାତ୍ରୀମାନଙ୍କ ଉପରୁ ଚାପ କମିବ ଓ ସେମାନେ ଭଲ ଭାବେ ପ୍ରସ୍ତୁତ ହୋଇପାରିବେ ।

ସିବିଏସଇ ବୋର୍ଡ ବିଜ୍ଞପ୍ତିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଏହି ସୂଚନା ମୁତାବକ ଯଦି କୌଣସି ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ 5ରୁ ଅଧିକ ବିଷୟ ନେଇଛନ୍ତି ତେବେ ଶ୍ରେଷ୍ଠ 5ଟି ବିଷୟ ନିର୍ଦ୍ଧାରଣ କରିବାର ନିଷ୍ପତ୍ତି ସେହି ଅନୁଷ୍ଠାନ କିମ୍ବା ସିବିଏସଇ ବୋର୍ଡର ଛାତ୍ରଙ୍କୁ ନିଯୁକ୍ତି ଦେଉଥିବା ନିଯୁକ୍ତିଦାତା ହିଁ ସ୍ଥିର କରିପାରିବେ । ଏଥିରେ ସିବିଏସଇ ବୋର୍ଡର କୌଣସି ଭୂମିକା ରହିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+