ପ୍ରକାଶ ପାଇଲା CBSE ବୋର୍ଡ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ତାରିଖ : ମେ 4ରୁ ହେବ ପରୀକ୍ଷା
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଛି । ମାର୍ଚ୍ଚ 1 ରୁ ବିଦ୍ୟାଳୟଗୁଡ଼ିକ ପ୍ରାକ୍ଟିକାଲ ପରୀକ୍ଷା କରାଇବେ ।
ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୋର୍ଡ ପରୀକ୍ଷା ତାରିଖ ନେଇ ଏକ ଭିଡ଼ିଓ ଜରିଆରେ ପ୍ରକାଶ କରିଛନ୍ତି । ବୋର୍ଡ ପରୀକ୍ଷା ମେ 4 ରୁ ଜୁନ୍ 10 ପର୍ଯ୍ୟନ୍ତ ଅଫଲାଇନ୍ ମୋଡରେ କରାଯିବ । କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ, ପ୍ରାର୍ଥୀମାନେ cbse.nic.in ୱେବସାଇଟ୍ ମାଧ୍ୟମରେ ତାରିଖ ଯାଞ୍ଚ କରିପାରିବେ ଏବଂ ସବିଶେଷ ଡାଟାସିଟ୍ ମଧ୍ୟ ଡାଉନଲୋଡ୍ କରିପାରିବେ ।

ଅଫଲାଇନ୍ ଲିଖିତ ମୋଡ୍ ରେ ପରୀକ୍ଷା କରାଯିବ ଏବଂ 33 ପ୍ରତିଶତ ଆଭ୍ୟନ୍ତରୀଣ ପସନ୍ଦ ପ୍ରଶ୍ନ ରହିବ । ପରୀକ୍ଷାର ସିଲାବସ୍ ମଧ୍ୟ 30 ପ୍ରତିଶତକୁ ହ୍ରାସ କରାଯାଇଛି । ମାର୍ଚ୍ଚ 1 ରୁ ବିଦ୍ୟାଳୟଗୁଡ଼ିକ ପ୍ରାକ୍ଟିକାଲ ପରୀକ୍ଷା କରାଇବେ ବୋଲି ନିଶଙ୍କ କହିଛନ୍ତି । ଯଦି କରୋନା କାରଣରୁ ବିଦ୍ୟାଳୟଗୁଡ଼ିକ ଖୋଲିବାକୁ ଅସମର୍ଥ, ତେବେ ସେମାନେ ପରେ ଏହି ପ୍ରାକ୍ଟିକାଲ ପରୀକ୍ଷା କରିପାରିବେ ।
Dear Students, hereby announcing the much-awaited date-sheet of @cbseindia29 board exams of X & XII.Please be assured that we have done our best to ensure that these exams go smoothly for you. Wish you good luck! @SanjayDhotreMP @EduMinOfIndia @PIB_India https://t.co/P9XvyMIfNq
— Dr. Ramesh Pokhriyal Nishank (@DrRPNishank) February 2, 2021
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ପ୍ରିୟ ଛାତ୍ରମାନେ, ମୁଁ ବହୁ ପ୍ରତୀକ୍ଷିତ ସିବିଏସ୍ଇ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରୁଛି । ଦୟାକରି ନିଶ୍ଚିତ ହୁଅନ୍ତୁ ଯେ ଏହି ପରୀକ୍ଷା ଆପଣଙ୍କ ପାଇଁ ସୁରୁଖୁରୁରେ ଚଳାଇବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିଛୁ । ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । COVID-19 ପ୍ରୋଟୋକଲ୍ କୁ ଧ୍ୟନରେ ରଖି ଏହି ପରୀକ୍ଷା କରାଯିବ । ସାନିଟାଇଜର ବ୍ୟତୀତ ପରୀକ୍ଷାରେ ଫେସ୍ ମାସ୍କ ପିନ୍ଧିବା ଆବଶ୍ୟକ । ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା ଅନୁସରଣ କରିବା ମଧ୍ୟ ବାଧ୍ୟତାମୂଳକ ।
ଦଶମ ବୋର୍ଡ ପରୀକ୍ଷା ସୂଚୀ
Education Minister Ramesh Pokhriyal announces date-sheet of CBSE board exams for class X. Exams to begin on 4th May 2021. pic.twitter.com/qBbT7gAx2Z
— ANI (@ANI) February 2, 2021
ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ
Education Minister Ramesh Pokhriyal announces date-sheet of CBSE board exams for class XII. Exams to begin on 4th May 2021. pic.twitter.com/TY46uTAKos
— ANI (@ANI) February 2, 2021












Click it and Unblock the Notifications