Get Updates
Get notified of breaking news, exclusive insights, and must-see stories!

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ଫଳାଫଳ, 99.37 ପ୍ରତିଶତ ଛାତ୍ରଛାତ୍ରୀ ପାସ୍

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ଫଳାଫଳ । 99.37 ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ସୂଚନା ମିଳିଛି । ଯାହା ସର୍ବକାଳୀନ ରେକର୍ଡ 12 ଲକ୍ଷ ଛାତ୍ରଛାତ୍ରୀ ଚଳିତବର୍ଷ ପାସ୍ କରିଛନ୍ତି ।

ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ଫଳାଫଳ । 99.37 ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ସୂଚନା ମିଳିଛି । ଯାହା ସର୍ବକାଳୀନ ରେକର୍ଡ 12 ଲକ୍ଷ ଛାତ୍ରଛାତ୍ରୀ ଚଳିତବର୍ଷ ପାସ୍ କରିଛନ୍ତି । ସିବିଏସଇ ପାସ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା 12,96, 318 ରହିଛି । ସେହିପରି 65 ହଜାର 184 ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇ ନାହିଁ । ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କ ତୁଳନାରେ ଚଳିତବର୍ଷ ଅଧିକ ରହିଛି । ଛାତ୍ରଙ୍କ ପାସହାର 99.13 ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସହାର 99.67 ପ୍ରତିଶତ ରହିଛି । କେନ୍ଦ୍ରୀୟ ବିଦ୍ୟାଳୟର ପାସ ହାର୍ ଶତପ୍ରତିଶତ ରହିଛି । ସିବିଏସଇ ଦ୍ୱାଦଶରେ ଏବର୍ଷ 14.5 ଲକ୍ଷ ପିଲା ପରୀକ୍ଷା ଦେଇଥିବା ସୂଚନା ରହିଛି ।

CBSE

CBSE ଦଶମ ଏବଂ ଦ୍ୱାଦଶ ଫଳାଫଳ ଅଫିସିଆଲ୍ ୱେବସାଇଟ୍ cbseresults.nic.in, cbse.gov.in ରେ ଦେଖିପାରିବେ । ଏହି ଦୁଇଟି ୱେବସାଇଟ୍ ବ୍ୟତୀତ, ଫଳାଫଳ digilocker.gov ରେ ମଧ୍ୟ ଦେଖିପାରିବେ ।

କିପରି ଯାଞ୍ଚ କରିବେ CBSE ଦଶମ ଏବଂ ଦ୍ୱାଦଶ ଫଳାଫଳ ?

1. ସର୍ବପ୍ରଥମେ ୱେବସାଇଟ୍- cbse.gov.in, cbseresults.nic.in କୁ ଯାଆନ୍ତୁ ।
2.'CBSE 10' କିମ୍ବା 'CBSE 12' ଫଳାଫଳ ଉପରେ କ୍ଲିକ୍ କରନ୍ତୁ ।
3. ଲଗଇନ୍ କରିବାକୁ ପଞ୍ଜୀକରଣ ନମ୍ବର ଏବଂ ରୋଲ୍ ନମ୍ବର ଦାଖଲ କରନ୍ତୁ ।
4. ସବମିଟ୍ କରିବା ପରେ ଫଳାଫଳ ପାଇପାରିବେ । ଏହା ପରେ ଆଫଣ ଡାଉନଲୋଡ୍ କିମ୍ବା ପ୍ରିଣ୍ଟ୍ ଆଉଟ୍ କରିପାରିବେ ।

କଲ୍ ଏବଂ ମେସେଜ୍ ଦ୍ୱାରା କିପରି ଜାଣିବେ ଫଳାଫଳ

CBSE ଦ୍ୱାଦଶ ଏବଂ ଦଶମ ଫଳାଫଳଗୁଡିକ ମଧ୍ୟ IVRS (ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ ସିଷ୍ଟମ୍) ମାଧ୍ୟମରେ ଯାଞ୍ଚ କରାଯାଇପାରିବେ । ଫଳାଫଳର ସରକାରୀ ଘୋଷଣା ପରେ 24300699 (ଦିଲ୍ଲୀର ସ୍ଥାନୀୟ ଗ୍ରାହକ), 011 - 24300699 (ଭାରତର ଅନ୍ୟ ଅଂଶ ପାଇଁ) ଡାଏଲ୍ କରନ୍ତୁ ।
ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ପ୍ରବେଶ କରନ୍ତୁ ।

ଏହା ବ୍ୟତୀତ ଛାତ୍ରମାନେ 7738299899 ଜରିଆରେ SMS ମାଧ୍ୟମରେ ଫଳାଫଳ ଯାଞ୍ଚ କରିପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+