ଘୋଷଣା ହେଲା CBSE ଦଶମ ପରୀକ୍ଷା ଫଳ, ପାସ୍ ହାର 94.4 ପ୍ରତିଶତ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଘୋଷଣା କରିଛି । ଟର୍ମ-2 ପରୀକ୍ଷା ସହ ଫାଇନାଲ ରେଜଲ୍ଟ ପ୍ରକାଶ ହୋଇଛି ।
ନୂଆଦିଲ୍ଲୀ : ପ୍ରକାଶ ପାଇଲା ଚଳିତ ବର୍ଷର ସିବିଏସଇ ଦଶମ ପରୀକ୍ଷା ଫଳ। ପାସ ହାର 94.4% ରହିଥିବା ବେଳେ , ପୁଅଙ୍କୁ ପଛରେ ପକାଇ ଆଗରେ ଅଛନ୍ତି ଛାତ୍ରୀ । ଟର୍ମ-2 ପରୀକ୍ଷା ସହ ଫାଇନାଲ ରେଜଲ୍ଟ ପ୍ରକାଶ ହୋଇଛି । ଦେଶରେ 21 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ CBSE ଦଶମ ପରୀକ୍ଷା ଦେଇଥିଲେ । ଓଡ଼ିଶାରୁ 30 ହଜାରରୁ ଅଧିକ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଦେଇଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କହିବା ନୁସାରେ, ସିବିଏସଇ ଫଳାଫଳ ଠିକ୍ ସମୟରେ ପ୍ରକାଶ ପାଇଛି । ମନ୍ତ୍ରୀ କହିଛନ୍ତି, "ସିବିଏସଇ ଫଳାଫଳରେ କୌଣସି ବିଳମ୍ବ ନାହିଁ। ଜୁନ୍ 15 ପର୍ଯ୍ୟନ୍ତ ସିବିଏସଇ ପରୀକ୍ଷା ଚାଲିଥିଲା । ଏହାପରେ ଖାତାଦେଖା ପାଇଁ 45 ଦିନ ଲାଗିଥିଲା। ଏନେଇ ଗତକାଲି ସେ ସିବିଏସଇ ବୋର୍ଡ ସହିତ ଆଲୋଚନା କରିଥିବା କହିଛନ୍ତି । "
ବର୍ତ୍ତମାନ ତ୍ରିଭେନ୍ଦ୍ରମ୍ 99.68% ସହିତ ସର୍ବୋତ୍ତମ ପାସ୍ ପ୍ରତିଶତ ରେକର୍ଡ କରିଥିବାବେଳେ ଗୌହାଟୀ ରେ 82.23% ସର୍ବନିମ୍ନ ପାସିଂ ପ୍ରତିଶତ ରେକର୍ଡ କରାଯାଇଛି ।
ଛାତ୍ରାଛତ୍ରୀମାନେ cbseresults.nic.in, parikshasangam.cbse.gov.in and results.cbse.nic.in ଓ୍ୱେବସାଇଟରେ ରେଜଲ୍ଟ ଜାଣିପାରିବେ । ଏହା ବ୍ୟତୀତ 7738299899ରେ ମିସ୍ କଲ୍ କରି ମଧ୍ୟ ରେଜଲ୍ଟ ଜାଣିପାରିବେ ।
ସିବିଏସଇ ଦଶମ ଫଳାଫଳ 2022: ସ୍କୋରକାର୍ଡ ଡାଉନଲୋଡ୍ କରିବାକୁ ପଦକ୍ଷେପ
- ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ- cbse.gov.in, cbresults.nic.in
- ହୋମପେଜରେ, ସିବିଏସଇ ଦଶମ ଶ୍ରେଣୀ ଫଳାଫଳ ଲିଙ୍କରେ କ୍ଲିକ୍ କରନ୍ତୁ
- ଆବଶ୍ୟକୀୟ ବିବରଣୀ ପ୍ରବେଶ କରନ୍ତୁ -- ପଞ୍ଜିକରଣ ନମ୍ଵର୍ / ରୋଲ୍ ନମ୍ଵର୍
- ଦଶମ ଶ୍ରେଣୀ ଫଳାଫଳ 2022 ସ୍କ୍ରିନରେ ଦୃଶ୍ୟମାନ ହେବ
- ଦଶମ ସ୍କୋରକାର୍ଡ ଡାଉନଲୋଡ୍ କରନ୍ତୁ, ଏବଂ ପରବର୍ତ୍ତୀ ରେଫରେନ୍ସ ପାଇଁ ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ।
ଛାତ୍ରଛାତ୍ରୀମାନେ CBSE 10th ମାର୍କସିଟ୍ ଓ ପାସିଂ ସାର୍ଟିଫିକେଟ ଡାଉନଲୋକ କରନ୍ତୁ
cbse.gov.in
cbseresults.nic.in
results.nic.in
results.gov.in
IVRS system
SMS service
Digilocker app -- digilocker.gov.in
Pariksha Sangam
parikshasangam.cbse.gov.in












Click it and Unblock the Notifications