ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ସୂଚୀ; ଜାଣନ୍ତୁ, କେଉଁ ଦିନ ହେବ କେଉଁ ପରୀକ୍ଷା...
କଟକ: ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ନବମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ 6 ତାରିଖରୁ ଆରମ୍ଭ ହୋଇ 15 ମାର୍ଚ୍ଚରେ ସରି । ପ୍ରତ୍ୟେକ ପରୀକ୍ଷା ସକାଳ 9 ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ 11 ଟାରେ ସରିବ ।

ମାଧ୍ୟମିକ ଶିକ୍ଷା ପରିଶଦ ପକ୍ଷରୁ ଜାରି ସୂଚନା ଅନୁସାରେ, ପ୍ରତ୍ୟେକ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ଆରମ୍ଭର ମାତ୍ର 2 ଘଣ୍ଟା ପୂର୍ବରୁ ଅର୍ଥାତ 7-9 ମଧ୍ୟରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ । ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ପ୍ରଶ୍ନପତ୍ର ଡାଉନଲୋଡ କରବେ । ପରେ ଏହାର ଜେରକ୍ସ ବା ପ୍ରିଣ୍ଟଆଉଟ ବାହାର କରି ନିଜ ଟୋଲରେ ପରୀକ୍ଷା କରିବେ ।
କେଉଁ ଦିନ ରହିଛି କେଉଁ ବିଷୟ ପରୀକ୍ଷା ?
- ମାର୍ଚ୍ଚ 6 (ବୁଧବାର) - ଦ୍ୱିତୀୟ ଭାଷା (ଇଂରାଜୀ, ସଂସ୍କୃତ, ହିନ୍ଦୀ), ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ (ପରିବେଶ ଓ ଜନସଂଖା ଶିକ୍ଷା)
- ମାର୍ଚ୍ଚ 7 - ତୃତୀୟ ଭାଷା (ସଂସ୍କୃତ, ହିନ୍ଦୀ, ଓଡ଼ିଆ)
- ମାର୍ଚ୍ଚ 9 - ବିଜ୍ଞାନ
- ମାର୍ଚ୍ଚ 11- ଗଣିତ
- ମାର୍ଚ୍ଚ 12 - ସାମାଜିକ ବିଜ୍ଞାନ
- ମାର୍ଚ୍ଚ 13 - ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ)












Click it and Unblock the Notifications