For Quick Alerts
Turn On Notification  
For Daily Alerts
Oneindia App Download

ବିନା ପରୀକ୍ଷାରେ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ , ସନ୍ଧ୍ୟା ୬ଟାରୁ ୱେବସାଇଟରେ ହେବ ଉପଲବ୍ଧ

ମାଧ୍ୟମିକ ଶିକ୍ଷା ପରିଷଦର ଦ୍ବାରା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। 97.89 ପ୍ରତିଶତ ପାସ୍ ହାର ରହିଛି ।

|

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦର ଦ୍ବାରା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। 97.8 ପ୍ରତିଶତ ପାସ୍ ହାର ରହିଛି । ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା ହୋଇଛି ମାଟ୍ରିକ ଫଳାଫଳ । ତେବେ ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।

ସେହିପରି ଏକ୍ସ ରେଗୁଲାର ପାସ ହାର 88 ପ୍ରତିଶତ ହୋଇଛି । ଚଳିତ ଥର 5 ଲକ୍ଷ 62 ହଜାର 010 ଜଣ ପିଲା ପାସ କରିଛନ୍ତି । ସେହିପରି ଫେଲ ହୋଇଛନ୍ତି 7703 ଜଣ । କୌଣସି ବି ସ୍କୁଲରେ ଫଳାଫଳ ଶୂନ ଆସି ନାହିଁ । A 1- 2656 ଜଣ , A 2- 22131 ଜଣ, B 1-94457 ଜଣ B2-52299 ଜଣ ପାସ କରିଛନ୍ତି । 1 ଲକ୍ଷ 71 ଜହାର 568 ପିଲା ପାସ କରିଛନ୍ତି । ସେହିପରି 4412 ଜଣ ପିଲା ପରୀକ୍ଷା ଦେଇ ନାହାନ୍ତି ।

10th Result

www.bseodisha.ac.in ଓ www.bseodisha.nic.inରେ ଉପଲବ୍ଧ ହେବ ରେଜଲ୍ଟ । ଇଣ୍ଟରନେଟ୍ ସହ ଏସଏମଏସ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀ OR01 ସ୍ପେସ୍ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ କଲେ ଫଳାଫଳ ମିଳିବ ।

ତେବେ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ଏହା ପ୍ରଥମ ଥର ହେବାକୁ ଯାଉଛି ଯେ, ପରୀକ୍ଷା ନ ଦେଇ ଫଳ ପାଇବେ ମାଟ୍ରିକ ପରୀକ୍ଷାର୍ଥୀ । ସେହିପରି ଚଳିତ ଥର 6 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ମାଟ୍ରିକ ରେଜଲ୍ଟ ।

ଦଶମ ଶ୍ରେଣୀ ବୋର୍ଡ ରେଗୁଲାର ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇଛି । ପାଖାପାଖି ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଛି । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହୋଇଛି ରେଜଲ୍ଟ । ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ୍ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BSE Odisha 10th Result 2021 Declared
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X