ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା, ଦିଲ୍ଲୀର ହେବ ନିଜସ୍ୱ ଶିକ୍ଷା ବୋର୍ଡ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କ୍ୟାବିନେଟ ବୈଠକରେ ଏକ ବଡ଼ ଘୋଷଣା କରିଛନ୍ତି । ସେ ଦିଲ୍ଲୀରେ ଅଲଗା ଶିକ୍ଷା ବୋର୍ଡର ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି ।
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କ୍ୟାବିନେଟ ବୈଠକରେ ଏକ ବଡ଼ ଘୋଷଣା କରିଛନ୍ତି । ସେ ଦିଲ୍ଲୀରେ ଅଲଗା ଶିକ୍ଷା ବୋର୍ଡର ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଆଜି ଆମେ ଦିଲ୍ଲୀର କ୍ୟାବିନେଟରେ ଦିଲ୍ଲୀ ସ୍କୁଲ ଶିକ୍ଷା ବୋର୍ଡ ଗଠନକୁ ଅନୁମୋଦନ କରିଛୁ । ଏଥିରେ ଆନ୍ତର୍ଜାତୀୟ ସ୍ତରର ବୋର୍ଡର ପ୍ରସ୍ତୁତି କରାଯାଇଛି । ଆମେ ବିଦ୍ୟାଳୟ ଏବଂ ବୋର୍ଡରେ ଆନ୍ତର୍ଜାତୀୟ ଅଭ୍ୟାସ ଆଣିବୁ । ଏହି ବର୍ଷ 20-25 ସରକାରୀ ବିଦ୍ୟାଳୟ ଏହି ବୋର୍ଡରେ ଅନ୍ତର୍ଭୁକ୍ତ ହେବ । ଆସନ୍ତା 4-5 ବର୍ଷ ମଧ୍ୟରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ସ୍ୱେଚ୍ଛାକୃତ ଭାବେ ଏହି ବୋର୍ଡରେ ଯୋଗଦେବେ ବୋଲି ଆମେ ଆଶା କରୁଛୁ ବୋଲି ମଧ୍ୟ ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବୋର୍ଡର ତିନୋଟି ଉଦ୍ଦେଶ୍ୟ ରହିଛି । ଆମକୁ ଏପରି ପିଲାମାନଙ୍କୁ ପ୍ରସ୍ତୁତ କରିବାକୁ ପଡିବ ଯେଉଁମାନେ ପ୍ରକୃତ ଦେଶପ୍ରେମୀ ହେବେ, ଯେଉଁମାନେ ଆଗାମୀ ସମୟରେ ପ୍ରତ୍ୟେକ କ୍ଷେତ୍ରରେ ଦେଶର ଦାୟିତ୍ୱ ବହନ କରିବାକୁ ପ୍ରସ୍ତୁତ ରହିବେ । ଆମର ପିଲାମାନେ ଭଲ ଲୋକ ହେବା ଉଚିତ ଏବଂ ଏହି ବୋର୍ଡ ପିଲାମାନଙ୍କୁ ନିଜ ଗୋଡ଼ରେ ଠିଆ ହେବାକୁ ପ୍ରସ୍ତୁତ କରିବ ବୋଲି କହିଛନ୍ତି ଅନବିନ୍ଦ କେଜ୍ରିଓ୍ୱାଲ ।












Click it and Unblock the Notifications