Get Updates
Get notified of breaking news, exclusive insights, and must-see stories!

ପ୍ରକାଶ ପାଇଲା ଅପ୍ରେଲ ତୃତୀୟ ଅଧିବେଶନ JEE Mains ଆଡମିଟ୍ କାର୍ଡ ; ଜଣନ୍ତୁ କିପରି କରିବେ ଡାଉନଲୋଡ୍, କଣ ରହିଛି ତାରିଖ ବିବରଣୀ

ପ୍ରାର୍ଥୀମାନେ https://jeemain.nta.nic.in ୱେବସାଇଟ୍ ପରିଦର୍ଶନ କରିପାରିବେ ଏବଂ ଏଥିରେ ଥିବା ନିର୍ଦ୍ଦେଶାବଳୀ ତଥା ସୂଚନା ବୁଲେଟିନ୍ ରପଢିପାରିବେ ।

ନୂଆଦିଲ୍ଲୀ : ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ୍ ର ତୃତୀୟ ଅଧିବେଶନ ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଆଡମିଟ୍ କାର୍ଡ ପ୍ରକାଶ କରିଛି ।

ଦେଶର 334 ଟି ସହରରେ ଅବସ୍ଥିତ ବିଭିନ୍ନ କେନ୍ଦ୍ରରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ ସ୍ଥଗିତ ଅପ୍ରେଲ ଅଧିବେଶନ (ଅଧିବେଶନ - 3) ପାଇଁ NTA ​​ମିଳିତ ପ୍ରବେଶିକା ପରୀକ୍ଷା (Mains) - 2021 ପରିଚାଳନା କରୁଛି । ଏହି ପରୀକ୍ଷା ଜୁଲାଇ 20, 22, 25 ଏବଂ 27 ତାରିଖରେ ଅନୁଷ୍ଠିତ ହେବ ।

jee main admit card

ଏହି ଅଧିବେଶନ ପାଇଁ ମୋଟ 7 ଲକ୍ଷ 9 ହଜାର 519 ଜଣ ପ୍ରାର୍ଥୀ ପଞ୍ଜୀକରଣ କରିଛନ୍ତି । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଅଧିବେଶନ - 3 ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ମୁଖ୍ୟ) - 2021 ର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ପ୍ରାର୍ଥୀମାନେ https://jeemain.nta.nic.in ୱେବସାଇଟ୍ ପରିଦର୍ଶନ କରିପାରିବେ ଏବଂ ଏଥିରେ ଥିବା ନିର୍ଦ୍ଦେଶାବଳୀ ତଥା ସୂଚନା ବୁଲେଟିନ୍ ରପଢିପାରିବେ ।

ଏକାଧିକ ଆବେଦନ ଫର୍ମ ପୂରଣ କରିଥିବା ପ୍ରାର୍ଥୀଙ୍କ କ୍ଷେତ୍ରରେ ଆଡମିଟ୍ କାର୍ଡକୁ ଅଟକାଇ ଦିଆଯାଇଛି । ସେମାନଙ୍କୁ [email protected] ରେ NTA ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

କିପରି ଡାଉନଲୋଡ କରିବେ ଆଡମିଟ୍ କାର୍ଡ

ସୋପାନ 1: ଅଫିସିଆଲ୍ ୱେବସାଇଟ୍, jeemain.nta.nic.in ପରିଦର୍ଶନ କରନ୍ତୁ ।

ସୋପାନ 2 : ଆଡମିଟ୍ କାର୍ଡ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ସୋପାନ 3 : ଆବଶ୍ୟକୀୟ ତଥ୍ୟ ବ୍ୟବହାର କରି ଲଗ୍ ଇନ୍ କରନ୍ତୁ ।

ଷ୍ଟେପ୍ 4 : ରିଲିଜ୍ ହୋଇଥିବା କାର୍ଡ, ଡାଉନଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟ୍ ଆଉଟ୍ କରନ୍ତୁ ।

ଯଦି କୌଣସି ପ୍ରାର୍ଥୀ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେ 011-40759000 ରେ ଯୋଗାଯୋଗ କରିପାରିବେ କିମ୍ବା [email protected] ରେ ଇ-ମେଲ୍ କରିପାରିବେ ।

ପ୍ରାର୍ଥୀମାନଙ୍କୁ ପ୍ରଶ୍ନ-କାଗଜରେ ଉଲ୍ଲେଖ କରାଯାଇଥିବା ବିଷୟ-ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଏବଂ ଅନ୍ୟାନ୍ୟ ନିର୍ଦ୍ଦେଶଗୁଡ଼ିକୁ ଭଲଭାବେ ପଢିବାକୁ ଏବଂ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

NTA ଉଲ୍ଲେଖ କରିଛି ଯେ JEE (ମେନ୍) - 2021ର ଚତୁର୍ଥ ଅଧିବେଶନ ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ପୃଥକ ସୂଚନା ଦିଆଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+