ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍, ସବୁ ବିଭାଗରେ ରେଭେନ୍ସା ଆଗରେ

ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ତାଲିକା । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର କଟ୍ ଅଫ୍ ତାଲିକା ପ୍ରକାସ ପାଇଛି । ତିନୋଟି ବିଭାଗରେ ସବୁଠାରୁ ଅଧିକ କଟ୍ ଅଫ୍ ରହିଛି ରେଭେନ୍ସା ଜୁନିଅର କଲେଜର । ରେଭେନ୍ସା ଜୁନିଅର କଲେଜରେ ବିଜ୍ଞାନ ପାଠ୍ୟକ୍ରମ ପାଇଁ 91.67% କଟ୍ ଅଫ୍ ଯାଇଛି । ସେହିପରି ବାଣିଜ୍ୟ ବିଭାଗ ପାଇଁ 79.02 ପ୍ରତିଶତ ଓ କଳା ପାଠ୍ୟକ୍ରମ ପାଇଁ କଟ୍ ଅଫ୍ ରହିଛି 80 ପ୍ରତିଶତ ।

plus two cut off

ବିଜ୍ଞାନ ପାଠ୍ୟକ୍ରମ ପାଇଁ ରେଭେନ୍ସା ପରେ କଟ୍‌ଅଫ୍‌ ରେ ଦ୍ୱିତୀୟ ସ୍ଥାନରେ ରହିଛି ବାଲେଶ୍ୱର ଏଫ୍‌ଏମ୍ (ଫକିରମୋହନ କଲେଜ) । ଏଫ୍ ଏମ୍ କଲେଜର କଟ୍ ଅଫ୍ ରହିଛି 90 % । ସେହିପରି 89% କଟ୍ ଅଫ୍ ନେଇ ତୃତୀୟ ସ୍ଥାନରେ ରହିଛି ବିଜେବି କଲେଜ । 89% କଟ୍ ଅଫ୍ ରଖି ଚତୁର୍ଥରେ ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍‌ ଏବଂ 5ମରେ ସୋର ୟୁଏନ୍ 86.83 % ରହିଛି ।

ସେହିପରି +2 କଳାରେ ରେଭେନ୍ସା କଟ୍‌ଅଫ୍‌ ସର୍ବାଧିକ 80 % ରହିଛି । 2ୟରେ ରାଉରକେଲା ସରକାରୀ କଲେଜ 79 %, 3ୟରେ ଡିଏଭି ଟିଟିଲାଗଡ଼ 78.67 %, 4ର୍ଥରେ ଏଫ୍ଏମ୍ ବାଲେଶ୍ୱର 78% ଏବଂ ପଞ୍ଚମ ସ୍ଥାନରେ ଭବାନୀପାଟଣା କଲେଜ 77.50 % ରହିଛି ।

ବାଣିଜ୍ୟରେ ରେଭେନ୍ସାରେ 789.20% କଟ୍ଅଫ୍‌ ରହିଛି । ସେହିପରି 77.33 % ସହ 2ୟ ସ୍ଥାନରେ ରହିଛି ରାଉରକେଲା ସରକାରୀ କଲେଜ । ତୃତୀୟରେ ରହିଛି ବିଜେପି କଲେଜ (73%) । 72.20 % କଟ୍ ଅଫ୍ ସହ ଚତୁର୍ଥ ସ୍ଥାନରେ ରହିଛି କଟକ ଜେକେବିକେ କଲେଜ । ଏବଂ 72.17 % ସହ ପଞ୍ଚମ ସ୍ଥାନରେ ରହିଛି କଟକ ଶୈଳବାଳା କଲେଜ ।

ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ 7 ତାରିଖରୁ 13 ତାରିଖ ମଧ୍ୟରେ ନାମ ଲେଖାଇପାରିବେ । ନାମଲେଖା ପ୍ରକ୍ରିୟା ଜୁଲାଇ 29 ତାରିଖ ସୁଦ୍ଧା ଶେଷ ହେବ । ଅଗଷ୍ଟ ପହିଲାରୁ ଆରମ୍ଭ ହେବ ପାଠପଢ଼ା ।

ପ୍ରଥମ କଟ୍ ଅଫ ତାଲିକାରେ 4 ଲକ୍ଷ 12 ହଜାର 368 ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । କଳାରେ ସର୍ବାଧିକ 2 ଲକ୍ଷ 53 ହଜାର 178 ଛାତ୍ରଛାତ୍ରୀ ଏବଂ ବିଜ୍ଞାନରେ 1 ଲକ୍ଷ 21 ହଜାର 023 ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ସେହିପରି ବାଣିଜ୍ୟରେ ରହିଛି 25 ହଜାର 168 ଛାତ୍ରଛାତ୍ରୀଙ୍କ ନାମ । ଏଥି ମଧ୍ୟରେ ଅଛନ୍ତି 2 ଲକ୍ଷ 3 ହଜାର 543 ଛାତ୍ର ଏବଂ 2 ଲକ୍ଷ 8 ହଜାର 778 ଛାତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+