ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଅପହରଣ, ଜନଗହଳିପୂର୍ଣ୍ଣ ସ୍ଥାନରୁ ଯୁବକଙ୍କୁ ଟେକିନେଲେ
ଭୁବନେଶ୍ଵର: ଚାରିଆଡ଼େ ପାର୍ବଣ ଋତୁ । ଏ ନେଇ ରାଜଧାନୀର ଗଳିକନ୍ଦି ରୁ ରାଜରାସ୍ତା ଚାରିଆଡ଼େ ଗହଳି । ତଥାପି ସପିଂ ମଲ୍ ଆଗ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରୁ ଯୁବକଙ୍କୁ ଟେକିନେଲେ ଦୁବୃର୍ତ୍ତ ।

ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଖୋଦ୍ ରାଜଧାନୀରେ । ଫିଲ୍ମ ଷ୍ଟାଇଲ ଆସି ଯୁବକଙ୍କୁ ଅପହରଣ କରିନେଲେ । ତାହା ପୁଣି ରସୁଲଗଡ଼ରେ ଥିବା ଏସପ୍ଲାନେଡ୍ ମଲ୍ ଆଗରୁ । ଏକ କାରରେ ଆସି ଯୁବକଙ୍କୁ ଉଠାଇନେଲେ ଚାରି ରୁ ପାଞ୍ଚ ଦୁବୃର୍ତ୍ତ ।
ଏ ନେଇ ସହିଦ ନଗର ଥାନାରେ ଦିଆଯାଇଛି ଏତଲା । ଅପହରଣ ନେଇ ଅପହୃତଙ୍କ ଜଣେ ବନ୍ଧୁ ଥାନାରେ ଅଭିଯୋଗ କରିଛନ୍ତି । ଅପହୃତ ଯୁବକ ଆନନ୍ଦପୁର ବେଲବାହାଳିର ପ୍ରିୟବ୍ରତ ସାହୁ ହୋଇଥିବା ନେଇ ସୂଚନା ମିଳିଛି । ଅଭିଯୋଗ ପରେ ଛାନ୍ ଭିନ୍ କରୁଛି ସହିଦ୍ ନଗର ଥାନା ପୋଲିସ୍ ।
ତେବେ ପାର୍ବଣ ଋତୁରେ କମିଶନରେଟ୍ ପୋଲିସ୍ ରାତି ତମାମ୍ ପଇଁତରା ମାରିବା ସହ ଅସାମାଜିକଙ୍କୁ ସାବାଡ୍ କରିବାକୁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ସନ୍ଧ୍ୟା ସମୟରେ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଯୁବକଙ୍କୁ ଅପହରଣ କରିନେବା କଥା ପୋଲିସ୍ ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।












Click it and Unblock the Notifications