ପ୍ରେମ ଜାଲରେ ଫଶିଗଲେ ଅଙ୍ଗନବାଡି କର୍ମୀ : ଅପହରଣ, ଅଶ୍ଲୀଳ ଭିଡିଓ ଏବଂ ଧମକ ଦେଇ ଶାରୀରିକ ସମ୍ପର୍କ ରଖିଲା ଯୁବକ
ପ୍ରେମ ଜାଲରେ ଫଶି ଗଲେ 23 ବର୍ଷୀୟ ଅଙ୍ଗନବାଡି କର୍ମୀ । ଆଠ ବର୍ଷ ଧରି ଯୁବକ ଜଣଙ୍କ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମ ଜାଲରେ ଫଶାଇ ଦେଲେ । ଏଥିସହିତ ଉକ୍ତ ଯୁବତୀଙ୍କର ଅଶ୍ଲୀଳ ଭିଡିଓ ଉତ୍ତୋଳନ କରିବା ସହ ଏହାକୁ ଦେଖାଇ ବ୍ଲାକମେଲିଂ କଲେ ।
ଢେଙ୍କାନାଳ : ପ୍ରେମ ଜାଲରେ ଫଶି ଗଲେ 23 ବର୍ଷୀୟ ଅଙ୍ଗନବାଡି କର୍ମୀ । ଆଠ ବର୍ଷ ଧରି ଯୁବକ ଜଣଙ୍କ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମ ଜାଲରେ ଫଶାଇ ଦେଲେ । ଏଥିସହିତ ଉକ୍ତ ଯୁବତୀଙ୍କର ଅଶ୍ଲୀଳ ଭିଡିଓ ଉତ୍ତୋଳନ କରିବା ସହ ଏହାକୁ ଦେଖାଇ ବ୍ଲାକମେଲିଂ କଲେ । କେବଳ ସେତିକିରେ ଅଟକି ନଥିଲେ ଯୁବକ । ଏହି ଭିଡିଓକୁ ନେଇ ଅଙ୍ଗନବାଡି କର୍ମୀଙ୍କୁ ଧମକଚମକ ଦେବା ସହ ନିର୍ଯ୍ୟାତନା ଓ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ । ଶେଷରେ ତାଙ୍କୁ ଅପହରଣ କରି ନେଲେ । କୌଣସି ଉପାୟରେ ଅଙ୍ଗନବାଡୀ କର୍ମୀ ଜଣଙ୍କ ପୁଲିସକୁ ଏସମ୍ପର୍କରେ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇଛି । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅଞ୍ଚଳରେ ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଭୁବନ ବିଜ୍ଞାପିତ ପରଷଦ ଅଞ୍ଚଳରେ ଜଣେ ଯୁବତୀ ଅଙ୍ଗନବାଡି କର୍ମୀ ଭାବରେ କାର୍ଯ୍ୟ କରନ୍ତି । ଏହି କର୍ମୀଙ୍କୁ ବିଜ୍ଞାପିତ ପରିଷଦ 11 ନମ୍ବର ଓ୍ୱାର୍ଡର ଗାଡିଚାଳକ ଭାବେ କାର୍ଯ୍ୟ କରୁଥିବା ଜଗବନ୍ଧୁ ଗୁରୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ 8 ବର୍ଷ ଧରି ପ୍ରେମ କରି ଆସୁଥିଲେ । ଏଥିସିହତ ଉକ୍ତ ଯୁବତୀଙ୍କର ଅଶ୍ଲୀଳ ଭିଡିଓ ଉତ୍ତୋଳନ କରିଥିଲେ । ଜଗବନ୍ଧୁ ଯୁବତୀ ଜଣଙ୍କୁ ଗତ 5 ତାରିଖ ରାତି ଦୁଇଟା ସମୟରେ ଭୁବନରୁ କୌଣସି ଉପାୟରେ ଅପହରଣ କରି ନେଇ ଗଁଦିଆ ଥାନା ଅନ୍ତର୍ଗତ ଝାରଦା ଗ୍ରାମର ନିଜ ବଡବାପାଙ୍କ ଘରେ ଗୋଟିଏ କୋଠରୀରେ ବନ୍ଦ କରି ରଖିଥିଲେ । ଦୁଇଦିନ ଧରି ଯୁବତୀ ଜଣଙ୍କୁ ଗୃହବନ୍ଦୀ ଭାବରେ ରଖି ସେଠାରେ ମାନସିକ ନିର୍ଯ୍ୟାତନା ଦେଉଥିଲେ । ସେଠାରେ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଏହି ସମୟରେ ଉକ୍ତ ଯୁବତୀ ଜଣଙ୍କୁ ବଳପୂର୍ବକ ବିବାହ କରିବା ପାଇଁ ସମ୍ପର୍କୀୟ ବଡବାପାଙ୍କ ପରିବାର ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲେ । ଏହି କଥା ଜାଣିବା ପରେ କୌଣସି ଉପାୟରେ ଉକ୍ତ ଯୁବତୀ ଜଣଙ୍କ ଗଁଦିଆ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ । ଏସଡିପିଓ ଏହା ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ । ଥାନା ଅଧିକାରୀ ଏକ ଟିମ୍ ସହ ଉକ୍ତ ଗାଁରେ ଚଢାଉ କରି ଯୁବତୀଙ୍କୁ ଉଦ୍ଧାର କରିଥିଲେ । ପୁଲିସ ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି । ଉଭୟଙ୍କର ଡାକ୍ତରୀ ମାଇନା କରାଯିବା ସହ ଏନେଇ ଏକ ମାମଲା ରୁଜୁ ହୋଇଛି ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications