ଦିବାଲୋକରେ ଯୁବ ଅକାଳୀ ଦଳର ନେତା ବିକି ମିଦ୍ଦୁଖେରାଙ୍କୁ ଗୁଳି କରି ହତ୍ୟା
ଆଜି (ଶନିବାର) ପଞ୍ଜାବର ମୋହାଲିରେ ଯୁବ ଅକାଳୀ ଦଳର ନେତା ବିକି ମିଦ୍ଦୁଖେରାଙ୍କୁ କିଛି ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ମାମଲାର ସବିଶେଷ ତଥ୍ୟ ଦେଇ ପୋଲିସ କହିଛି ଯେ ଚାରିଜଣ ଦୁବୃର୍ତ୍ତ ମିଦ୍ଦୁଖେରାଙ୍କୁ ଗୋଡ଼ାଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।
ମୋହାଲି : ଆଜି (ଶନିବାର) ପଞ୍ଜାବର ମୋହାଲିରେ ଯୁବ ଅକାଳୀ ଦଳର ନେତା ବିକି ମିଦ୍ଦୁଖେରାଙ୍କୁ କିଛି ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ମାମଲାର ସବିଶେଷ ତଥ୍ୟ ଦେଇ ପୋଲିସ କହିଛି ଯେ ଚାରିଜଣ ଦୁବୃର୍ତ୍ତ ମିଦ୍ଦୁଖେରାଙ୍କୁ ଗୋଡ଼ାଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ମୋହାଲିର ସେକ୍ଟର 71 ରେ ସକାଳ ପ୍ରାୟ 10.30 ସମୟରେ ଏହି ଆକ୍ରମଣ ହୋଇଥିଲା । ବିକି ସମ୍ପତ୍ତି ଡିଲରଙ୍କ ସହ କଥା ହେବା ପରେ କାର୍ଯ୍ୟାଳୟରୁ ବାହାରି କାରରେ ବସିବାକୁ ଯାଉଥିବା ବେଳେ ତାଙ୍କ ଉପରକୁ 4ଜଣ ଗୁଳି ଚଳାଇଥିଲେ ।

ବିକି ମିଦ୍ଦୁଖେରାଙ୍କ ପୂରା ନାମ ବିକ୍ରମଜିତ୍ ସିଂ ମିଦ୍ଦୁଖେରା । ସେ ଅକାଳୀ ଦଳର ଯୁବ ମୋର୍ଚ୍ଚାର ନେତା ଥିଲେ । ଭିକି ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ପୂର୍ବତନ ସଭାପତି ଥିଲେ । ପୋଲିସର ରିପୋର୍ଟ ଅନୁଯାୟୀ, ବିକି ମଟୌରା ମାର୍କେଟରେ ପହଞ୍ଚି ତାଙ୍କ ଧଳା ଏସୟୁଭିରେ ବସିବାକୁ ଯାଉଥିଲେ ଯେତେବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଯେତେବେଳେ ଦୁଇ ଆକ୍ରମଣକାରୀ ବିକିଙ୍କ ଉପରକୁ ଗୁଳି ଚଳାଇଥିଲେ, ସେତେବେଳେ ସେ ନିଜ ଜୀବନ ବଞାଇବା ପାଇଁ ଦୌଡ଼ିଥିଲେ । ସେକ୍ଟର 71 ରେ ଥିବା କମ୍ୟୁନିଟି ସେଣ୍ଟର ବାହାରେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି ।

ପୋଲିସ କହିଛି ଯେ ଚାରିଜଣ ମାସ୍କ ଲଗାଇଥିବା ବ୍ୟକ୍ତି ଛାତ୍ର ନେତାଙ୍କ ଉପରକୁ 8 ରୁ 9 ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ପରିଚୟ ଜାଣିବା ପାଇଁ ସେମାନେ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ସ୍କାନ କରୁଛନ୍ତି । ଘଟଣା ପରେ ଏସଏସପି ସତୀନ୍ଦର ସିଂ, ଡିଏସପି ଏବଂ ମଟୌରା ଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ ।
4 assailants chased Vicky Middukhera down and fired about 8-9rounds, killing him on the spot. Investigation is underway: Satinder Singh, Senior Superintendent of Police, Mohali pic.twitter.com/RVmb3K80LX
— ANI (@ANI) August 7, 2021
ଦିବାଲୋକରେ ହୋଇଥିବା ହତ୍ୟା ଘଟଣାର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବିକିଙ୍କ କାରରେ ଲାଇସେନ୍ସପ୍ରାପ୍ତ ରିଭଲଭର ଥିଲା କିନ୍ତୁ ସେ ଏହାକୁ ବ୍ୟବହାର କରିବାକୁ ପର୍ଯ୍ୟାପ୍ତ ସମୟ ପାଇ ନଥିଲେ । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ କାର ଜବତ କରାଯାଇଛି ବୋଲି ପୋଲିସ କହିଛି । ଶୀଘ୍ର ଅପରାଧୀଙ୍କୁ ଧରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ।
-
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ହୋଲିରେ କର୍ମଚାରୀଙ୍କୁ ବଡ଼ ଉପହାର, ୩% ବଢିଲା ମହଙ୍ଗା ଭତ୍ତା -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
T-20 ବିଶ୍ବକପର ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ -
ଆଫଗାନ ତାଲିବାନର କମାଣ୍ଡରଙ୍କୁ ହତ୍ୟା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ଶାକାହାରୀମାନଙ୍କୁ ହେବନି ଏହି 5 ପ୍ରକାର କ୍ୟାନ୍ସର, ରିସର୍ଚ୍ଚରୁ ବଡ଼ ଖୁଲାସା -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ











Click it and Unblock the Notifications