ପ୍ରେମ ନିବେଦନରେ ରାଜି ନ ହେବାରୁ ଯୁବତୀଙ୍କୁ ଛୁରୀ ଭୁଷି ହତ୍ୟା

ଭୁବନେଶ୍ୱର: ଏକତରଫା ପ୍ରେମ ପାଇଁ ହତ୍ୟାକାଣ୍ଡ । ପ୍ରେମ ନିବେଦନରେ ରାଜି ନ ହେବାରୁ ଯୁବତୀଙ୍କୁ ଛୁରୀ ଭୁଷି ହତ୍ୟା କରିଛି ସୈତାନ ପ୍ରେମିକ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋଜ୍ ରାଜଧାନୀରେ ।

murder case

ପୀଡ଼ିତା ହେଉଛନ୍ତି ଜଗତସିଂହ ପୁରର ବିଜୟିନୀ ସାହୁ । ସେ । ମଞ୍ଚେଶ୍ୱର ଥାନା ଜିଜିପି କଲୋନି ଫାୟାର ଆଣ୍ଡ ସେଫ୍ଟି ଘରୋଇ ଏଜେନ୍ସିରେ ରିସେପସନିଷ୍ଟ ଭାବେ କାମ କରୁଥିଲେ । ସେହି କମ୍ପାନୀରେ ସିକ୍ୟୁରିଟି ଭାବେ କାମ କରୁଥିଲା ଅଭିଯୁକ୍ତ ରମେଶ ବାରିକ । ରମେଶର ଘର କେନ୍ଦ୍ରାପଡ଼ା ହୋଇଥିବା ବେଳେ ପୋଲିସ୍ ତାକୁ ଗିରଫ କରିଛି ।

ଦୁଇ ଦିନ ପୂର୍ବରୁ ଯୁବତୀଙ୍କୁ ଛୁରା ମାଡ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କଟକ ବଡ଼ ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ହୋଇଛି ।

ବୈଜୟନ୍ତିଙ୍କ ପେଟରେ ଗଭୀର କ୍ଷତ ହୋଇଥିଲେ ବେଳେ ପ୍ରଥମେ ଭୁବନେଶ୍ୱର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏନେଇ କମ୍ପାନୀ ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ତଦନ୍ତ ଜାରି ରହିଥିବା ବେଳେ ପରିବାର ଲୋକେ ମୃତଦେହକୁ ଥାନା ଆଗରେ ରଖି ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+