ପୋଲିସ ବାବୁଙ୍କ ପରକୀୟ ପ୍ରୀତି, ରେଡ୍ ହ୍ୟାଣ୍ଡରେ ଧରିଲେ ପତ୍ନୀ
ଭୁବନେଶ୍ୱର : ଖାକି ବାବୁଙ୍କ ପରକୀୟ ପ୍ରୀତି । ପ୍ରେମିକା ସହ ଥିବା ବେଳେ ଧରିପକାଇଲେ ପତ୍ନୀ । ଏହା ପରେ ଏହି ଘଟଣାକୁ ନେଇ ପୋଲିସ୍ ବାବୁଙ୍କୁ ହଟହଟା ହେବାକୁ ପଡ଼ିଛି । ବଲାଙ୍ଗିର ରିଜର୍ଭ ପୋଲିସର ଜଣେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମଞ୍ଜିତ ସିଂହ ମାଝୀ ପରକୀୟା ପ୍ରୀତିରେ ମସଗୁଲ ଥିଲେ । 7 ବର୍ଷ ହେଲା ବିବାହ କରି ଗୋଟିଏ ପୁଅ ଥିଲେ ବି ବାବୁଙ୍କ ଚାଲିଥିଲା କଳା କାରନାମା ।

ପୋଲିସ ବାବୁଙ୍କ ହାବ ଭାବରେ ପରିବର୍ତ୍ତନ ଦେଖି ସନ୍ଦେହ କରିଥିଲେ ପତ୍ନୀ । ଏନେଇ ସ୍ୱାମୀଙ୍କୁ ପଚାରିଥିଲେ ମଧ୍ୟ କିଛି ଉତ୍ତର ମିଳି ନଥିଲା । ସ୍ୱାମୀଙ୍କ ଉପରେ ନଜର ରଖିବା ଆରମ୍ଭ କରିଦେଲେ ପତ୍ନୀ ।
ଗତକାଲି ରାତିରେ ପୋଲିସ ବାବୁ ହାତୀଶାଳ ପଡ଼ାରେ ରହୁଥିବା ତାଙ୍କ ପ୍ରେମିକାଙ୍କ ଘରକୁ ଯାଇଥିବା ବେଳେ ହଠାତ୍ ପହଞ୍ଚିଥିଲେ ପତ୍ନୀ । ଏହା ପରେ ପରିସ୍ଥିତି ଅସମ୍ଭାଳ । ଟାଉନ୍ ପୋଲିସର ପିସିଆର ଭ୍ୟାନ୍ ଆସି ପୋଲିସ କର୍ମଚାରୀଙ୍କୁ ଉଠାଇ ନେଇଥିଲା । ତେବେ ଏନେଇ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।












Click it and Unblock the Notifications