ପ୍ରେମିକ ପାଇଁ ସ୍ୱାମୀ କୁ ହେମଦସ୍ତାରେ ଛେଚିଦେଲା ସ୍ତ୍ରୀ
ନୟାଗଡ଼: ଯେଉଁ ହାତ ଧରି ସାତ ଜନମ ପାଇଁ ସାଥୀ କରିଥିଲା ସେହି ହାତରେ ନିଜ ସ୍ୱାମୀକୁ ଛେଚି ଛେଚି ମାରିଦେଲା ସ୍ତ୍ରୀ । ପ୍ରେମିକ ପାଇଁ ନିଜ ସ୍ୱାମୀ ଓ ଦୁଇ ପିଲାଙ୍କ ମୁହଁ ଭୁଲିଗଲା ସ୍ତ୍ରୀ । ହେମଦସ୍ତାରେ ସ୍ୱାମୀକୁ ଛେଚି ଛେଚି ହତ୍ୟା କରିବା ପରେ ଘର ଭିତରେ ମାଟି ଖୋଳି ପୋତି ଦେଇଥିଲା । ନୟାଗଡ଼ରେ ପରକୀୟା ପ୍ରୀତି ପାଇଁ ଘଟିଥିବା ଏଭଳି କାଣ୍ଡ ଉପରୁ ପରଦା ହଟାଇଛି ପୁଲିସ୍ ।

ନୟାଗଡ଼ ଓଡ଼ଗାଁ ଥାନା କୋମଣ୍ଡ ଗାଁରl ଘଟିଥିବା ହତ୍ୟାକାଣ୍ଡର କ୍ରାଇମ ସିନ ରିକ୍ରିଏସନ କରିଛି ପୁଲିସ । କିପରି ହତ୍ୟାକାଣ୍ଡ ଭିଆଇଛି ସେ ନେଇ ଅଭିଯୁକ୍ତ ଗୋଟି ଗୋଟି କରି ପୁଲିସ ଆଗରେ କହିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ତଦନ୍ତ କରୁଛି । ମାଟି ତଳୁ ସ୍ୱାମୀର ଶବ ଜବତ କରାଯାଇଛି । ସିନ ରିକ୍ରିଏସନ୍ ପରେ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ନିଜର ପରକୀୟା ପ୍ରୀତି ଧରା ପଡିଯିବାରୁ ପ୍ରେମିକ ସହ ମିଶି ସ୍ୱାମୀ ପ୍ରକାଶ ନାୟକଙ୍କୁ ମାରି ଦେଇଥିଲା ସ୍ତ୍ରୀ । ପ୍ରମାଣ ନଷ୍ଟ କରିବା ଲାଗି ଘରେ ମାଟି ଖୋଳି ଶବକୁ ପୋତିଦେଇଥିଲା ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ।
ମିଳିଥିବା ସୂଚନା ଅନୁସାରେ, ବିବାହ ପରେ ଶାଶୂଘର କୋମଣ୍ଡ ଗାଁରେ ରହୁଥିଲେ ପ୍ରକାଶ । ରୋହିବାଙ୍କ ଗାଁରେ ପ୍ରକାଶଙ୍କ ଘର । ପ୍ରାୟ 20 ଦିନ ହେବ ସେ ନିଖୋଜ ଥିଲେ । 14 ବର୍ଷ ପୂର୍ବେ ଜ୍ୟୋତ୍ସ୍ନାରାଣୀ ଏବଂ ପ୍ରକାଶ ବିବାହ କରିଥିଲେ । ତାଙ୍କର 7 ବର୍ଷର ଗୋଟିଏ ଝିଅ ଓ 5 ବର୍ଷର ପୁଅ ଅଛି । ତେବେ ସେହି ଗାଁର ପ୍ରତାପ ସାମଲଙ୍କୁ ଭଲ ପାଉଥିଲେ ଜ୍ୟୋତ୍ସ୍ନାରାଣୀ । ପରକୀୟ ପ୍ରୀତି ଧରାପଡ଼ିବାରୁ ସ୍ୱାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । ଏହି ହତ୍ୟାକାଣ୍ଡରେ ଜ୍ୟୋତ୍ସ୍ନାଙ୍କୁ ତାଙ୍କ ମାଆ ଅର୍ଥାତ ପ୍ରକାଶଙ୍କ ଶାଶୁ ଡମଣୀ ପ୍ରଧାନ ସହାୟତା କରିଥିଲେ । ହତ୍ୟା ଘଟଣାରେ ଜ୍ୟୋସ୍ନାରାଣୀ ନାୟକ, ଶାଶୁ ଡ଼ମଣି ପ୍ରଧାନ, ପ୍ରେମିକ ପ୍ରତାପ ସାମଲକୁ ଗିରଫ କରିଛି ପୁଲିସ । ହତ୍ୟାରେ ବ୍ୟବହୃତ ଶାବଳ, ହେମଦସ୍ତା ଓ ଅନ୍ୟ ମାରଣାସ୍ତ୍ରକୁ ଜବତ କରି ଏବେ ତଦନ୍ତ କରୁଛି ପୁଲିସ୍ ।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ











Click it and Unblock the Notifications