ସାବଧାନ୍ ! ରାଜଧାନୀରେ ବୁଲୁଛନ୍ତି ଜିନ୍ସ-ଜ୍ୟାକେଟ୍ ପିନ୍ଧା ସମ୍ଭ୍ରାନ୍ତ ଚୋର

ଭୁବନେଶ୍ୱର: ସାବଧାନ୍ ରାଜଧାନୀବାସୀ ! ମାତିଛନ୍ତି ଜିନ୍ସ-ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ଘରେ ପଶି ବୁଲାଉଛନ୍ତି କଳାକନା । ମୁହଁରେ ମାସ୍କ ପିନ୍ଧି ଘରେ ନଥିବାବେଳେ କଳା କନା ବୁଲାଉଛନ୍ତି । ଏମିତି କିଛି ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ୱର ରେଲଓ୍ୱେ କଲୋନୀରେ ।

thief

ସୂଚନା ଅନୁସାରେ ଗତକାଲି ମଞ୍ଚେଶ୍ୱର ରେଲୱେ କଲୋନୀର B 15/2 କ୍ୱାର୍ଟର୍ସରେ ରହୁଥିବା ରଞ୍ଜନ କୁମାର ସିଂହଙ୍କ ପରିବାର ଘରେ ନଥିଲେ । ଏହାର ସୁଯୋଗ ନେଇ 3 ଜଣ ଜିନ୍ସ ଜ୍ୟାକେଟ୍ ପିନ୍ଧା ସ୍ମାର୍ଟ ଚୋର ବିଳମ୍ବିତ ରାତିରେ ତାଙ୍କ ଘରେ ପଶିଥିଲେ ଏବଂ 28 ହଜାର ଟଙ୍କା ସହ ସୁନାଗହଣା ଲୁଟିନେଇଥିଲେ । ସିସିଟିଭିରେ ଲୁଟ୍‌ ସମୟର ସମସ୍ତ ଦୃଶ୍ୟ କଏଦ ହୋଇଛି ।

ଏ ନେଇ ଘର ମାଲିକ ରଞ୍ଜନ ଥାନାରେ ଏତଲା ଦେଇଛନ୍ତି । ପୋଲିସ ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରହିଛି । ଘଟଣାରେ ବାହାର ରାଜ୍ୟର ଲୁଟେରା ଗ୍ୟାଙ୍ଗ ଥିବା ସୂଚନା ମିଳିଛି ।

ସେପଟେ ଗତ ଦୁଇ ମାସ ଭିତରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟପାଟର ଖବର ସାମ୍ନାକୁ ଆସୁଛି । ହେଲେ ଏ ପର୍ଯ୍ୟନ୍ତ ଚୋରଙ୍କୁ ଧରିବାରେ ବିଫଳ ହେଉଛି କମିଶନରେଟ୍ ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+