ଭିସୁଟ୍ ଛାତ୍ରୀ ମତ୍ୟୁ ମାମଲା, ପୁରୁଷ ବନ୍ଧୁଙ୍କର ହେବ ଲାଏ ଡିଟେକ୍ସନ୍ ଟେଷ୍ଟ
ବଏଫ୍ରେଣ୍ଡ ପ୍ରୀତିମାନଙ୍କ ଲାଏଡିଟେକସନ୍ ଟେଷ୍ଟ ହେବ । ଏଥିସହିତ ମାନସ ଟୁଡୁଙ୍କର ମଧ୍ୟ ଲାଏଡିଟେକସନ୍ ଟେଷ୍ଟ କରାଯିବ । ଭୁବନେଶ୍ୱର ଫୋରେନ୍ସିକ ଲ୍ୟାବରେ ଆଜି ଏହି ଟେଷ୍ଟ ହେବ ।

ଭୁବନେଶ୍ୱର: ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ଛାନଭିନ୍ କରୁଛି ପୋଲିସ୍ । ମୃତ୍ୟୁର ପ୍ରକୃତ କାରଣ ଖୋଜିବାରେ ଲାଗିପଡ଼ିଛନ୍ତି ତିନୋଟି ଟିମ୍ । ଏହି ସମୟରେ ଅଟକ ରହିଥିବା ବଏଫ୍ରେଣ୍ଡ ପ୍ରୀତିମାନଙ୍କ ଲାଏଡିଟେକସନ୍ ଟେଷ୍ଟ ହେବ । ଏଥିସହିତ ମାନସ ଟୁଡୁଙ୍କର ମଧ୍ୟ ଲାଏଡିଟେକସନ୍ ଟେଷ୍ଟ କରାଯିବ । ଭୁବନେଶ୍ୱର ଫୋରେନ୍ସିକ ଲ୍ୟାବରେ ଆଜି ଏହି ଟେଷ୍ଟ ହେବ । ସମ୍ବଲପୁର ପୋଲିସର ଏକ ଟିମ୍ 2 ଜଣଙ୍କୁ ଭୁବନେଶ୍ୱର ଆଣିଛି ।
ଏହା ପୂର୍ବରୁ ଗତକାଲି ଭୁବନେଶ୍ୱର ବିଜେବି ନଗର ସ୍ଥିତ ଭଡାଘରେ ଛାନଭିନ୍ କରିଥିଲା ସମ୍ବଲପୁର ଟିମ୍ । ଡିସେମ୍ବରରେ ଘର ଛାଡ଼ିଥିଲେ ବି ସେଠାରେ ଚିନ୍ମୟୀଙ୍କ ଜିନିଷପତ୍ର ରହିଛି । ଦୁଇଟି ଘର ଛାଡି ରହୁଥିଲେ ବୟଫ୍ରେଣ୍ଡ ପ୍ରୀତିମାନ । ଅନେକ ସମୟରେ ପ୍ରୀତିମାନ ଚିନ୍ମୟୀଙ୍କ ଘରକୁ ଆସୁଥିବା ଭଡ଼ାଘର ମାଲିକାଣୀ କହିଛନ୍ତି । ତେବେ କେବଳ ବନ୍ଧୁ ଭାବେ ସାହାଯ୍ୟ କରିଥିବା କହିଛନ୍ତି ପ୍ରୀତିମାନଙ୍କ ମା' । ତଦନ୍ତ ପାଇଁ ଦୁଇଟି ଟିମ୍ ସୋନପୁର ଓ ବଲାଙ୍ଗିରରେ ଯାଞ୍ଚ କରିଛନ୍ତି । ଘଟଣାସ୍ଥଳରେ ମଧ୍ୟ ସୁରାକ୍ ଖୋଜୁଛି ବୁର୍ଲା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ।
ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଦିନ ଭିସୁଟ୍ର ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ନିଜ ସ୍ନାତକ ଡିଗ୍ରୀ ପ୍ରମାଣପତ୍ର ନେବା ପାଇଁ ଆସିଥିଲେ । ଉତ୍ସବ ପରେ ସେ ନିଜ ବନ୍ଧୁ ପ୍ରୀତିମାନ ଦେଙ୍କ ସହ ପାୱାର ଚ୍ୟାନେଲ ପାଖକୁ ବୁଲିବାକୁ ଆସିଥିଲେ । ସେଠାରେ କଥାବାର୍ତ୍ତା ହେଉଥିବା ବେଳେ ଚିନ୍ମୟୀ ପାୱାର ଚାନେଲକୁ ଡେଇଁପଡ଼ିଥିବା କୁହାଯାଉଛି । ପାରିବାରିକ କଳହ ଯୋଗୁ ବିଷାଦରେ ଥିବା ଚିନ୍ମୟୀ ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷେପ ନେଇଥିବା ପ୍ରୀତିମାନ ପୁଲିସକୁ କହିଥିଲେ । ତେବେ ପରିବାର ଲୋକେ ଏହାକୁ ହତ୍ୟା ଅଭିଯୋଗ ଆଣିଥିଲେ ।












Click it and Unblock the Notifications