ଚୋର ଗ୍ୟାଙ୍ଗକୁ ଧରିଲେ ଗ୍ରାମବାସୀ, ଦେଲେ ପୋଲିସରେ ଜିମା
ବେଗୁନିଆ: ଚୋର ଗ୍ୟାଙ୍ଗକୁ ଧରିଲେ ଗ୍ରାମବାସୀ । ଦେଲେ ପୋଲିସର ଜିମା । ଦିନରେ ବିଭିନ୍ନ ସ୍ଥାନରେ ଶ୍ରମିକ ଭାବେ କାମ କରୁଛନ୍ତି ଓ ରାତି ହେଲେ ଲୋକଙ୍କ ଘରେ ପସି କଳାକନା ବୁଲାଉଛନ୍ତି । ଏଭଳି ଏକ ଚୋର ଗ୍ୟାଙ୍ଗକୁ ଧରି ପୋଲିସର ଜିମା ଦେଇଛନ୍ତି ଗାଁ ଲୋକ ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ହଜ ପଂଚାୟତର ମୁକ୍ତାପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଚୋର ଗ୍ୟାଙ୍ଗକୁ ଧରି ଉତ୍ତମ ମାଧ୍ୟମ ଦେଇ ପୋଲସର ଜିମା ଦେଇଛନ୍ତି ଗାଁ ଲୋକ । ଗ୍ରାମର ନିତ୍ୟାନନ୍ଦ ଜେନା ଓ ଧ୍ରୁବ ଚରଣ ବେହେରାଙ୍କ ଘରେ ପସି ପରିବାର ଲୋକଙ୍କୁ ବହାରପଟୁ ଲକ କରି ଘରୁ ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ଟଙ୍କା ଅଳଙ୍କାର ନେଇ କଳାକନା ବୁଲାଇଛନ୍ତି ।

ଲୂଟ କରି ହଜ ଫେରୁଥିବା ବେଳେ ସେହି ଗ୍ରାମର କିଛି ଯୁବକ ଡାଳତୋଳାରୁ ଯାତ୍ରା ଦେଖି ଫେରୁଥିବା ସମୟରେ ଚୋରଙ୍କୁ ସନ୍ଦେହରେ ଅଟକାଇଥିଲେ ଏବଂ ଗାଁରୁ ଲୂଟ କରି ଫେରୁଥିବା ଜାଣିପାରି ସେମାନଙ୍କୁ ଉତ୍ତମ ମାଧ୍ୟମ ଦେଇ ଜଙ୍କିଆ ଥାନାର ଜିମା ଦେଇଥିଲେ ।
ସେହିପରି ଅନ୍ୟ ଜଣେ ଚୋର ମଧ୍ୟ ନିକଟସ୍ଥ ଜଙ୍ଗଲରେ ଲୁଚିଥିବା ବେଳେ ଗ୍ରାମର ଯୁବକ ମାନେ ଆଜି ମଧ୍ୟାନ୍ନ ସମୟରେ ଧରି ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ମୋଟ 4 ପୁରୁଷ 2 ମହିଳା ଓ 4 ଜଣ ନାବାଳକ ଥିବା ଗ୍ରାମବାସୀଙ୍କ ଠାରୁ ଜଣାପଡିଛି । ଏହି ଅଂଚଳରେ କିଛିଦିନ ହେବ ଚୋରି ରାହାଜାନି ବୃଦ୍ଧି ପାଉଥିବା ବେଳେ ପୋଲିସ ପେଟ୍ରୋଲିଂ କରୁନଥିବା ଅଭିଯୋଗ ହୋଇଛି ।












Click it and Unblock the Notifications