ଉତ୍ତରପ୍ରଦେଶ ଗଣ ଦୁଷ୍କର୍ମ ଅଭିଯୁକ୍ତ ଫେରାର୍ ଉଦ୍ୟମ, ଗୁଳି ଚଳାଇଲା ପୋଲିସ୍
ପଶ୍ଚିମ ଉତ୍ତର ପ୍ରଦେଶର ମିରଟରେ ଦଶମ ଶ୍ରେଣୀ ବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଚାରି ଜଣଙ୍କ ମଧ୍ୟରୁ ଜଣେ ପୋଲିସ ଗୁଳିରେ ଆହତ ହୋଇଛି ଏବଂ ଅନ୍ୟ ଜଣେ ଖସିପଳାଇବାକୁ ଉଦ୍ୟମ କରିଥିଲା ।
ନୂଆଦିଲ୍ଲୀ : ପଶ୍ଚିମ ଉତ୍ତର ପ୍ରଦେଶର ମିରଟରେ ଦଶମ ଶ୍ରେଣୀ ବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଚାରି ଜଣଙ୍କ ମଧ୍ୟରୁ ଜଣେ ପୋଲିସ ଗୁଳିରେ ଆହତ ହୋଇଛି ଏବଂ ଅନ୍ୟ ଜଣେ ଖସିପଳାଇବାକୁ ଉଦ୍ୟମ କରିଥିଲା ।

ଗଣ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଲଖନ ଏବଂ ବ୍ୟାସକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ପୋଲିସ କର୍ମଚାରୀଙ୍କ ନିକଟରୁ ପିସ୍ତଲ ଛଡ଼ାଇ ନେବାକୁ ଚେଷ୍ଟା କରିବା ସହ ଖସିପଳାଇବାକୁ ଚେଷ୍ଟା କରିଥିଲା । ପୋଲିସ କହିଛି ଯେ ଲଖମ ପୋଲିସ୍ ପାଖରୁ ପିସ୍ତଲ ଛଡ଼ାଇ ଗୁଳି ଚଲାଇବା ପରେ ପୋଲିସ୍ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ପୋଲିସର ଏକ ଗୁଳି ଲଖନର ଗୋଡ଼ରେ ବାଜିଥିଲା ।
ପୋଲିସ ଅଧୀକ୍ଷକ (ଗ୍ରାମୀଣ) କେଶବ କୁମାର କହିଛନ୍ତି ଯେ, ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ନିଆଯାଉଥିବା ସମୟରେ ପୋଲିସ ଇନ୍ସପେକ୍ଟରଙ୍କ ବନ୍ଧୁକ ଛଡ଼ାଇ ଖସିପଳାଇବାକୁ ଚେଷ୍ଟା କରିଥିଲେ । ଲଖନ ଗୁଳି ଚଲାଇବା ପରେ ପୋଲିସ ପାଲଟା ଗୁଳି ଚଲାଇଥିଲା । ପୋଲିସର ଏକ ଗୁଳି ଲଖନର ଗୋଡ଼ରେ ଲାଗିଥିଲା । ଉଭୟ ଅଭିଯୁକ୍ତଙ୍କୁ ପୁଣି ଗିରଫ କରାଯାଇଛି ଏବଂ ଲଖାନକୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ବୋଲି କହିଛନ୍ତି ପୋଲିସ୍ ଅଧିକାରୀ ।












Click it and Unblock the Notifications