Get Updates
Get notified of breaking news, exclusive insights, and must-see stories!

ଲଜ୍ଜା... ସ୍ଲିପର ବସ୍ ରେ ନାବାଳିକାକୁ ବଡ଼ବାପାର ଦୁଷ୍କର୍ମ

ଯାଜପୁର: ଚଳନ୍ତା ବସରେ ସ୍ଲିପର କୋଚରେ ନାବାଳିକାକୁ ବଡ଼ବାପର ଦୁଷ୍କର୍ମ । ଏମିତି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଦଶରଥପୁରରୁ ।

ମା ଅସୁସ୍ଥ ଥିବା କହି ନାବାଳିକାକୁ ସାଙ୍ଗରେ ମେଡିକାଲ ଯିବାକୁ ଡ଼ାକିନେଇଥିଲା ପିଶାଚରୂପୀ ସମ୍ପକୀୟ ବଡ଼ବାପା । ଭଦ୍ରକରୁ କଲିକତା ଯାଉଥିବା ଏକ ସ୍ଲିପର ବସରେ ନେଇ ସ୍ଲିପର ସିଟରେ ଜବରଦସ୍ତ ଦୁଷ୍କର୍ମ କରିଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଞ୍ଚଳରେ ।

Crime

ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ସକାଳ 6 ଟାରେ ଟ୍ୟୁସନ୍ ଯାଉଥିଲେ । ଏହି ସମୟରେ ସେହି ଗାଁର 45 ବର୍ଷୀୟ ଦୟାନିଧି ଜେନା ଗତକାଲି ସକାଳ 6ଟା ସମୟରେ ସମ୍ପର୍କୀୟ ଝିଆରୀକୁ ତାଙ୍କ ମା ଅସୁସ୍ଥ ଥିବା କହି ତାଙ୍କ ସହିତ ଭଦ୍ରକ ମେଡିକାଲକୁ ଯିବାକୁ କହିଥିଲେ । ମା ଅସୁସ୍ଥ ଶୁଣି ହଠାତ ସମ୍ପର୍କୀୟ ବଡ଼ବାପା ଦୟାନିଧିଙ୍କ ସହିତ ବାଇକରେ ବସି ଯାଇଥିଲେ ନାବାଳିକା । ବାଇକରେ ପ୍ରଥମେ ଆରଡ଼ିକୁ ଯାଇ ଏକ ପେଟ୍ରୋଲ ପମ୍ପରେ ବାଇକ ରଖି ବସରେ ଭଦ୍ରକ ଯାଇଥିଲେ ।
ଭଦ୍ରକରେ ପହଞ୍ଚି ତାଙ୍କୁ ଏକ ସ୍ଲିପର ବସରେ ନେଇଥିଲା ଅଭିଯୁକ୍ତ ବଡବାପା । ସ୍ଲିପରରେ ସ୍କ୍ରିନ ଟାଣି ଦୟାନିଧି ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରିଚାଲିଥିଲା । ପାଟିକଲେ କିମ୍ବା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏହାପରେ କଲିକତାରେ ପହଞ୍ଚି ପୁଣି ଭଦ୍ରକ ଆସିଥିଲେ । ରାତି 3ଟାରେ ଭଦ୍ରକରେ ପହଞ୍ଚି ଏକ ଅଟୋରେ ଗାଁକୁ ଆଣିବା ବାଟରେ ମାଲିକାପୁର ପଳାସାହି ଠାରେ ଏକ ରାସ୍ତାରେ ଭୋର୍ ସାଢ଼େ 4ଟାରେ ଛାଡି ଚାଲିଯାଇଥିଲା ଅଭିଯୁକ୍ତ। ଏନେଇ ଦଶରଥପୁର ଥାନାରେ ଅଭିଯୋଗ ହୋଇଛି । ଆଇଆଇସି ବଦ୍ରିକାନାଥ ବେହେରା ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+