ଧଳା ଜହର ବେପାର ପଛରେ ଉଚ୍ଚଶିକ୍ଷିତା ଯୁବତୀ, ରାଜଧାନୀରେ ମିଳିଲା 26 ଲକ୍ଷ ଟଙ୍କାର ବ୍ରାଉନ ସୁଗାର
ଭୁବନେଶ୍ୱର: ରାଜଧାନୀରେ ଉଚ୍ଚଶିକ୍ଷିତାଙ୍କ ଧଳାଜହର ବେପାର । ବ୍ରାଉନ ସୁଗାର ବେପାର କରୁଥିବା ଅଭିଯୋଗରେ ଧରାପଡ଼ିଛନ୍ତି ଦୁଇ ଯୁବତୀ । ପ୍ରାୟ 26 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ରହିଛି ।

ଏହି ଘଟଣାରେ 2 ଯୁବତୀ ଗିରଫ ହୋଇଥିବା ଜଣାପଡ଼ିଛି । ଭୁବନେଶ୍ବରରେ ଘର ଭଡ଼ା ନେଇ ନିଶା କାରବାର ଚଳାଉଥିଲେ । ଜଣେ କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ଵର ବସ୍ତା ଅଞ୍ଚଳର ବର୍ଷୀୟ କରିସ୍ମା ରାଉତ ବୋଲି ପରିଚୟ ମିଳିଛି । ଏପରିକି ଯୁବତୀ ଦୁଇ ଜଣ ଆଇଟି ସେକ୍ଟରରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ । ଘଟଣାର ତଦନ୍ତ ଜାରି ରହିଛି।
ସୁନ୍ଦର ଚେହେରା ଦେଖାଇ ଗ୍ରାହକଙ୍କୁ ଆକର୍ଷିତ କରୁଥିଲେ । ଭୁବନେଶ୍ୱରରେ ଆଇଟି ସେକ୍ଟରରେ କାମ କରିବା ସହ ଘରଭଡା ନେଇ ଧଳା ଜହର ବେପାର ଚଳାଇଥିଲେ । ସେ ଦୁହିଁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।












Click it and Unblock the Notifications