କାର୍ ବିକ୍ରି ବିଜ୍ଞାପନ ଦେଇ ଠକୁଥିଲେ, ଧରାହେଲେ ଅଭିଯୁକ୍ତ ଯୋଡ଼ି
ଭୁବନେଶ୍ୱର: ଅନଲାଇନ୍ ଠକେଇ ପରେ ଏବେ ସହରରେ ମାତିଛନ୍ତି ବିଜ୍ଞାପନ ଠକ । ଅନଲାଇନ୍ ରେ କାର୍ ବିକ୍ରି ନେଇ ବିଜ୍ଞାପନ ଦେଇ ଲୋକଙ୍କୁ ଚୂନା ଲଗାଉଛନ୍ତି । ସବୁଦିନ ଚୋର ଘର ଅନ୍ଧାର ନଥାଏ ଢଙ୍ଗରେ ଶେଷରେ ଧରାପଡ଼ିଛନ୍ତି ଅଭିଯୁକ୍ତ । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।

ଗୋଟିଏ ଗାଡ଼ିକୁ ବିକ୍ରି କରିବା ପାଇଁ ସେମାନେ OLX ରେ ବିଜ୍ଞାପନ ଦେଉଥିଲେ । ଗାଡ଼ିର ଫଟୋ ସହ କମ୍ ଦାମ୍ ରଖି ଦେଉଥିଲେ ବିଜ୍ଞାପନ । ଗ୍ରାହକ ମୋବାଇଲ ନମ୍ବରରେ କଲ୍ କରିବା ପରେ ସେମାନଙ୍କୁ ଗାଡ଼ି ମଧ୍ୟ ଦେଖାଉଥିଲେ । ଗାଡ଼ି ପସନ୍ଦ ହେବା ପରେ ଗ୍ରାହକଙ୍କ ଠାରୁ ଆଡବାନ୍ସ ଟଙ୍କା ମଧ୍ୟ ନେଉଥିଲେ । ଏହା ପରେ ଅସଲ ଖେଳ ଆରମ୍ଭ କରୁଥିଲେ ଠକ । ଗ୍ରାହକଙ୍କୁ ଗାଡ଼ି ନଦେଇ ଫେରାର ହୋଇଯାଉଥିଲେ । କିଛି ଦିନ ପରେ ପୁଣି ସେଇ ସମାନ ଗାଡ଼ିକୁ ବିକ୍ରି କରିବାକୁ ବିଜ୍ଞାପନ ଦେଉଥିଲେ ।
ଠକାମିର ଶିକାର ହେବା ପରେ ଏହି ଠକ ଯୋଡ଼ିକୁ ଧରିବାକୁ ଯୋଜନା କରିଥିଲେ ଲୋକ । ଶେଷରେ ଏହି ଯୋଡ଼ିକୁ କାବୁ କରିବା ସହ ଭୁବନେଶ୍ୱର ବଡ଼ଗଡ଼ ପୋଲିସକୁ ଜିମା ଦେଇଛନ୍ତି । ପୋଲିସ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।












Click it and Unblock the Notifications