ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ, କାର ଚଢାଇ କରାଯାଇଥିଲା ହତ୍ୟା ଉଦ୍ୟମ
ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିଳ୍ପବ କୁମାର । ଗୁରୁବାର ଦିନ ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବର ସୁରକ୍ଷା କର୍ଡନକୁ ଏକ କାର ଧକ୍କା ଦେଇଥିଲା ।
ଅଗରତାଲା : ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିଳ୍ପବ କୁମାର । ଗୁରୁବାର ଦିନ ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବର ସୁରକ୍ଷା କର୍ଡନକୁ ଏକ କାର ଧକ୍କା ଦେଇଥିଲା । ଏହି ଘଟଣାରେ ସିଏମ୍ ବର୍ତ୍ତିଯାଇଥିଲେ ମଧ୍ୟ ତାଙ୍କ ସୁରକ୍ଷା କର୍ମୀ ଆହତ ହୋଇଥିଲେ । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତ୍ରିପୁରା ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଏହା ସହିତ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ।

ପିଟିଆଇର ରିପୋର୍ଟ ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷା ନେଇ ଶ୍ୟାମା ପ୍ରସାଦ ମୁଖାର୍ଜୀ ଲେନ୍ରେ ଇଭିନ୍ୟ ୱାକରେ ଯାଉଥିବା ବେଳେ ଏକ କାର ତାଙ୍କ ସୁରକ୍ଷା ବଳୟ ଭେଧ କରି ତାଙ୍କୁ ଧକ୍କା ଦେବାକୁ ଚେଷ୍ଟା କରିଥିଲା । ସେ କାର୍ ସମ୍ମୁଖରୁ ବାହାରକୁ ଡେଇଁ ପଡିଥିଲେ, କିନ୍ତୁ କାର ଧକ୍କାରେ ତାଙ୍କ ସୁରକ୍ଷା କର୍ମୀ ଆହତ ହୋଇଥିଲେ ।
ପୋଲିସର ସୂଚନାନୁସାରେ, ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଖସି ପଳାଇଥିଲେ । ଘଟଣାର ଗମ୍ଭୀରତା ଦେଖି ପୋଲିସ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାତିରେ କେର୍ଚୋମୁହାନି ଅଞ୍ଚଳରୁ ତିନି ଜଣଙ୍କୁ ଗିରଫ କରିଥିଲା । ଏଥିସହ ତାଙ୍କ ଗାଡି ମଧ୍ୟ ଜବତ କରାଯାଇଛି । ହତ୍ୟା ଉଦ୍ୟମର ଏକ ମାମଲା ପଞ୍ଜୀକୃତ ହୋଇଛି ।
ଏହି ତିନିଜଣଙ୍କୁ ଶୁକ୍ରବାର ଦିନ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ପିପି ପାଲଙ୍କ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରେ ସେମାନଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ବିଦ୍ୟୁତ ସୂତ୍ରଧର କହିଛନ୍ତି ଯେ ଏହି ତିନି ଜଣଙ୍କ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ସମସ୍ତ ଅଭିଯୁକ୍ତଙ୍କ ବୟସ ପ୍ରାୟ 20 ବର୍ଷ । ଦୁଇ ଦିନ ପାଇଁ ପୋଲିସ ରିମାଣ୍ଡରେ ନିଆଯାଇଥିଲା, କିନ୍ତୁ ଅଗଷ୍ଟ 19 ପର୍ଯ୍ୟନ୍ତ କୋର୍ଟ ନ୍ୟାୟିକ ହେପାଜତକୁ ଅନୁମତି ଦେଇଥିଲେ । ବର୍ତ୍ତମାନ ପୋଲିସ ସେମାନଙ୍କୁ ପଚରାଉଚରା କରିବ ଏବଂ ସେମାନଙ୍କ ସୁରକ୍ଷା ସର୍କଲରେ ପ୍ରବେଶ କରିବାର ଉଦ୍ଦେଶ୍ୟ ଜାଣିବ ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications