For Quick Alerts
Turn On Notification  
For Daily Alerts
Oneindia App Download

ମୟୂରଭଞ୍ଜରୁ ଜବତ ହେଲା ବାଘ ଛାଲ

ମୟୂରଭଞ୍ଜରୁ ଜବତ ହୋଇଛି ବାଘଛାଲ । ଖୁଣ୍ଟା ପୋଲିସ୍ ବାଘଛାଲ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ।

|
tiger skin

ଭୁବନେଶ୍ୱର: ଶିକାରୀଙ୍କ ନଜରରେ ବାଘ । ମୟୂରଭଞ୍ଜରୁ ଜବତ ହୋଇଛି ବାଘଛାଲ । ଖୁଣ୍ଟା ପୋଲିସ୍ ବାଘଛାଲ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ହେଲେ ଚିତ୍ତରଞ୍ଜନ ସାହୁ, ତ୍ରିଲୋଚନ ସାହୁ ଓ ବଣିଆବସା ଗ୍ରାମର ଗେଣ୍ଡୁରୁ ।

ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ୍ ଲକ୍ଷାଧିକ ଟଙ୍କା ଏବଂ ଦୁଇଟି ମୋବାଇଲ ଜବତ କରିଛି । ବେପାରୀ ଗେଣ୍ଡୁରୁ ଏହି ବାଘଛାଲ ଅନ୍ୟ ଦୁଇ ଜଣଙ୍କୁ ବିକ୍ରି କରିଥିଲା ।
ଜବତ ବାଘଛାଲଟି ଏକ କଲରାପତରିଆ ବାଘର ହୋଇଥିବା ବେଳେ ଏହାର ଲମ୍ବ 165 ସେଣ୍ଟିମିଟର ରହିଛି । ଏହି ବାଘର ବୟସ 7-8 ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହି ବାଘ ଛାଲ ବେପାରୀ କେଉଁଠୁ ଆଣିଛି କି ନିଜେ ଶିକାର କରିଛି ସେ ନେଇ ପୋଲିସ୍ ଦତଦନ୍ତ କରୁଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tiger Skin Seized In Mayurbhanj District, Police Arrested 3 Smugglers
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X