ମୟୂରଭଞ୍ଜରୁ ଜବତ ହେଲା ବାଘ ଛାଲ
ମୟୂରଭଞ୍ଜରୁ ଜବତ ହୋଇଛି ବାଘଛାଲ । ଖୁଣ୍ଟା ପୋଲିସ୍ ବାଘଛାଲ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ।

ଭୁବନେଶ୍ୱର: ଶିକାରୀଙ୍କ ନଜରରେ ବାଘ । ମୟୂରଭଞ୍ଜରୁ ଜବତ ହୋଇଛି ବାଘଛାଲ । ଖୁଣ୍ଟା ପୋଲିସ୍ ବାଘଛାଲ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ହେଲେ ଚିତ୍ତରଞ୍ଜନ ସାହୁ, ତ୍ରିଲୋଚନ ସାହୁ ଓ ବଣିଆବସା ଗ୍ରାମର ଗେଣ୍ଡୁରୁ ।
ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ୍ ଲକ୍ଷାଧିକ ଟଙ୍କା ଏବଂ ଦୁଇଟି ମୋବାଇଲ ଜବତ କରିଛି । ବେପାରୀ ଗେଣ୍ଡୁରୁ ଏହି ବାଘଛାଲ ଅନ୍ୟ ଦୁଇ ଜଣଙ୍କୁ ବିକ୍ରି କରିଥିଲା ।
ଜବତ ବାଘଛାଲଟି ଏକ କଲରାପତରିଆ ବାଘର ହୋଇଥିବା ବେଳେ ଏହାର ଲମ୍ବ 165 ସେଣ୍ଟିମିଟର ରହିଛି । ଏହି ବାଘର ବୟସ 7-8 ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହି ବାଘ ଛାଲ ବେପାରୀ କେଉଁଠୁ ଆଣିଛି କି ନିଜେ ଶିକାର କରିଛି ସେ ନେଇ ପୋଲିସ୍ ଦତଦନ୍ତ କରୁଛି ।












Click it and Unblock the Notifications