Get Updates
Get notified of breaking news, exclusive insights, and must-see stories!

କୃଷ୍ଣସାର ମୃଗ ଶିକାରୀଙ୍କ ଗୁଳିର ଶିକାର ହେଲେ ପୋଲିସ

ମଧ୍ୟପ୍ରଦେଶରେ କୃଷ୍ଣସାର ମୃଗ ଶିକାରୀଙ୍କ ଗୁଳିରେ ସହିଦ ହୋଇଛନ୍ତି ତିନି ଜଣ ପୋଲିସ କର୍ମଚାରୀ । ଗୁନାରେ ପୋଲିସ ଓ ଶିକାରୀଙ୍କ ମଧ୍ୟରେଏନକାଉଣ୍ଟର ହୋଇଥିଲା ।

ଭୋପାଳ : ମଧ୍ୟପ୍ରଦେଶରେ କୃଷ୍ଣସାର ମୃଗ ଶିକାରୀଙ୍କ ଗୁଳିରେ ସହିଦ ହୋଇଛନ୍ତି ତିନି ଜଣ ପୋଲିସ କର୍ମଚାରୀ । ଗୁନାରେ ପୋଲିସ ଓ ଶିକାରୀଙ୍କ ମଧ୍ୟରେଏନକାଉଣ୍ଟର ହୋଇଥିଲା । ଏହି ସମୟରେ ତିନି ଜଣ ପୋଲିସ୍ କର୍ମଚାରୀ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ମୃତ ପୁଲିସ କର୍ମଚାରୀମାନେ ହେଲେ, ସବ୍‌-ଇନ୍‌ସ୍‌ପେକ୍ଟର୍‌ ରାଜକୁମାର ଯାଦବ, ହେଡ୍‌ କନେଷ୍ଟବଳ ସାନ୍ତା ରାମ ମୀନା ଏବଂ କନେଷ୍ଟବଳ ନୀରଜ ଭାର୍ଗବ ।

Blackbuck

ଦୁର୍ବୃତ୍ତମାନେ 4ଟି କୃଷ୍ଣସାର ମୃଗଙ୍କ ମାରି ଦେଇଛନ୍ତି ବୋଲି ସୂଚନା ପାଇ ଶିକାରୀମାନଙ୍କୁ ଧରିବା ଲାଗି ପୁଲିସମାନେ ସେଠାକୁ ଯାଇଥିଲେ । ପୁଲିସ କର୍ମଚାରୀମାନେ ଚାରିପଟୁ ଘେରିଯିବା ପରେ ଶିକାରୀମାନେ ଗୁଳି ଚଳାଇଥିଲେ । ଫଳରେ 3ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା ।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଗୁନା ନିକଟରେ ଅପରାଧୀମାନଙ୍କ ଗୁଳି ଚୋଟରେ ତିନି ଜଣ ସାହସୀ ପୁଲିସ ଅଧିକାରୀ ସହିଦ ହୋଇଛନ୍ତି । ଅପରାଧୀମାନେ ଖସିଯାଇ ପାରିବେ ନାହିଁ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବ୍ୟକ୍ତିଗତ ଭାବ‌େ ଘଟଣା ଉପରେ ନଜର ରଖିଛନ୍ତି ।

ତେବେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+