For Quick Alerts
Turn On Notification  
For Daily Alerts
Oneindia App Download

କୃଷ୍ଣସାର ମୃଗ ଶିକାରୀଙ୍କ ଗୁଳିର ଶିକାର ହେଲେ ପୋଲିସ

ମଧ୍ୟପ୍ରଦେଶରେ କୃଷ୍ଣସାର ମୃଗ ଶିକାରୀଙ୍କ ଗୁଳିରେ ସହିଦ ହୋଇଛନ୍ତି ତିନି ଜଣ ପୋଲିସ କର୍ମଚାରୀ । ଗୁନାରେ ପୋଲିସ ଓ ଶିକାରୀଙ୍କ ମଧ୍ୟରେଏନକାଉଣ୍ଟର ହୋଇଥିଲା ।

|

ଭୋପାଳ : ମଧ୍ୟପ୍ରଦେଶରେ କୃଷ୍ଣସାର ମୃଗ ଶିକାରୀଙ୍କ ଗୁଳିରେ ସହିଦ ହୋଇଛନ୍ତି ତିନି ଜଣ ପୋଲିସ କର୍ମଚାରୀ । ଗୁନାରେ ପୋଲିସ ଓ ଶିକାରୀଙ୍କ ମଧ୍ୟରେଏନକାଉଣ୍ଟର ହୋଇଥିଲା । ଏହି ସମୟରେ ତିନି ଜଣ ପୋଲିସ୍ କର୍ମଚାରୀ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ମୃତ ପୁଲିସ କର୍ମଚାରୀମାନେ ହେଲେ, ସବ୍‌-ଇନ୍‌ସ୍‌ପେକ୍ଟର୍‌ ରାଜକୁମାର ଯାଦବ, ହେଡ୍‌ କନେଷ୍ଟବଳ ସାନ୍ତା ରାମ ମୀନା ଏବଂ କନେଷ୍ଟବଳ ନୀରଜ ଭାର୍ଗବ ।

Blackbuck

ଦୁର୍ବୃତ୍ତମାନେ 4ଟି କୃଷ୍ଣସାର ମୃଗଙ୍କ ମାରି ଦେଇଛନ୍ତି ବୋଲି ସୂଚନା ପାଇ ଶିକାରୀମାନଙ୍କୁ ଧରିବା ଲାଗି ପୁଲିସମାନେ ସେଠାକୁ ଯାଇଥିଲେ । ପୁଲିସ କର୍ମଚାରୀମାନେ ଚାରିପଟୁ ଘେରିଯିବା ପରେ ଶିକାରୀମାନେ ଗୁଳି ଚଳାଇଥିଲେ । ଫଳରେ 3ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା ।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଗୁନା ନିକଟରେ ଅପରାଧୀମାନଙ୍କ ଗୁଳି ଚୋଟରେ ତିନି ଜଣ ସାହସୀ ପୁଲିସ ଅଧିକାରୀ ସହିଦ ହୋଇଛନ୍ତି । ଅପରାଧୀମାନେ ଖସିଯାଇ ପାରିବେ ନାହିଁ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବ୍ୟକ୍ତିଗତ ଭାବ‌େ ଘଟଣା ଉପରେ ନଜର ରଖିଛନ୍ତି ।

ତେବେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Three Police Personals Killed By blackbuck poachers In Madhya pradesh
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X