ଖର୍ଚ୍ଚ କରିବାକୁ ଟଙ୍କା ନ ଦେବାରୁ ନାବାଳକ ସାଙ୍ଗକୁ ପଥରରେ ଛେଚି ହତ୍ୟା
ରାଉରକେଲା: ନିଜ ସାଙ୍ଗକୁ ପଥରରେ ଛେଚି ହତ୍ୟା କଲେ ଅନ୍ୟ ତିନିଜଣ ସାଙ୍ଗ । କାଣ ଥିଲା, ଖର୍ଚ୍ଚ କରିବାକୁ ସାଙ୍ଗ ସେମାନଙ୍କୁ ଟଙ୍କା ନ ଦେବା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା ର ଉଦିତନଗର ଅଞ୍ଚଳରେ । ମୃତ ନାବାଳକ ଜଣକ ହେଲେ ରୁଦ୍ର ନାରାୟଣ ପାଢୀ ।

ଖର୍ଚ୍ଚ କରିବାକୁ ଟଙ୍କା ନ ଦେବାରୁ ନାବାଳକୁ ତାର ସାଙ୍ଗମାନେ ଲାଠିରେ ପିଟିବା ସହ ପଥରରେ ଛେଚି ହତ୍ୟା କରିଛନ୍ତି । ହତ୍ୟା ପରେ ଉଦିତନଗର ସରନା ଛକ କଚଡ଼ା ପୁଲିଆ ନିକଟରେ ଫିଙ୍ଗି ଦେଇଛନ୍ତି । ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାରେ ସଂପୃକ୍ତ ଦୁଇ ନାବାଳକ ଛାତ୍ରଙ୍କୁ ଉଦିତନଗର ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ଏମାନେ ସମସ୍ତେ ବାଲୁଘାଟ ଓ ଉଦିତନଗର ଓରାମପଡ଼ାର । ପୋଲିସ ଛାତ୍ରର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟାମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ମିଳିଥିବା ସୂଚନା ମୁତାବକ ରୁଦ୍ର ସିଭିଲଟାଉନସିପ ସ୍ଥିତ ଡେଭେଲପ ଏରିଆ ଉଚ୍ଚ ବିଦ୍ୟାଳୟରେ ପଢ଼ନ୍ତି । ହତ୍ୟାକାରୀ ଅଭିଯୁକ୍ତ ତିନି ଛାତ୍ର ରୁଦ୍ରର ସାଙ୍ଗ । ତିନି ଅଭିଯୁକ୍ତ ଛାତ୍ର ରୁଦ୍ରଙ୍କୁ ଖର୍ଚ୍ଚ କରିବାକୁ ଟଙ୍କା ଦିଅନ୍ତି । ଗତ ଦୁଇ ଦିନ ତଳେ ସେମାନେ ରୁଦ୍ରଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲେ । ରୁଦ୍ର ପାଖରେ ଟଙ୍କା ନ ଥିବାରୁ ଅରାଜି ହୋଇଥିଲା । ରୁଦ୍ରଙ୍କୁ ତିନି ଅଭିଯୁକ୍ତ ସାଙ୍ଗ କଲ୍ କରି ଉଦିତନଗର ଡାକିଥିଲେ । ରୁଦ୍ର ଘରକୁ ନ ଫେରିବାରୁ ପରିବାର ଲୋକ ରଘୁନାଥପାଲି ଥାନାରେ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳୁ କଚଡ଼ା ପୁଲିଆ ନିକଟରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications