ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଗିରଫ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଶିକ୍ଷକ ଗିରଫ । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭୂଷୁଗାଁ ଅଞ୍ଚଳରେ ।

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ସଂପୃକ୍ତ ଶିକ୍ଷକ ଅସଦାଚରଣ କରିଥିବା ନେଇ ବଡ଼ବିଲ ଥାନାରେ ଅଭିଯୋଗ ହେବାପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନା ଅନୁଯାୟୀ ଗତକାଲି ଶିକ୍ଷକ ଯଶବନ୍ତ, ପଞ୍ଚମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ ନିଜ ବାପା ମା' ଙ୍କୁ ଜଣାଇବା ପରେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଅଭିଯୋଗ ଆଧାରରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଶିକ୍ଷକ ଯଶବନ୍ତ ଗୋପକୁ ଗିରଫ କରିଛି ବଡ଼ବିଲ ପୋଲିସ୍ । ଗିରଫ ଅଭିଯୁକ୍ତ ଶିକ୍ଷକଙ୍କୁ ଆଜି କେନ୍ଦୁଝର ପକ୍ସୋ କୋର୍ଟକୁ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

arrest

ଶିକ୍ଷକଙ୍କ ଏଭଳି ଘୃଣ୍ୟ ଆଚରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି । ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ଏହିଭଳି ଅଭିଯୋଗ ରହିଥିବା ଆଲୋଚନା ହେଉଛି ।

ସୂଚନା ଅନୁସାରେ, ଗତକାଲି ଶିକ୍ଷକ ଯଶବନ୍ତ, ପଞ୍ଚମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ ନିଜ ବାପା ମା' ଙ୍କୁ ଜଣାଇବା ପରେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପରେ ପୋଲିସ ଅଭିଯୁକ୍ତ ଶିକ୍ଷକ ଯଶବନ୍ତ ଗୋପକୁ ଗିରଫ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+