କମିଶନରେଟ୍ ପୁଲିସ୍ କୁ ବଡ଼ ସଫଳତା, କବଜାକୁ ଆସିଲେ ଆପାର୍ଟମେଣ୍ଟ ଲୁଟେରା
ଭୁବନେଶ୍ୱର: କମିଶନରେଟ୍ ପୁଲିସ୍ କୁ ବଡ଼ ସଫଳତା । ପୁଲିସ୍ ହାତରେ ଲାଗିଛନ୍ତି ଆପାର୍ଟମେଣ୍ଟ ଲୁଟେରା । କମିଶନରେଟ୍ ପୁଲିସ୍ 2 ଜଣଙ୍କୁ ଗିରଫ କରିଛି । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।
ଗତ କିଛି ଦିନ ହେବ ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରେ ଲୁଟ୍ କରି ଆତଙ୍କ ଖେଳାଇଥିଲେ । ଗୋଟ ପରେ ଗୋଟିଏ କରି ଆପାର୍ଟମେଣ୍ଟରୁ ସିରିଜ ଲୁଟ୍ କରିଥିଲେ ଲୁଟେରା । କେବଳ ଭୁବନେଶ୍ୱର ନୁହଁ ଗୁଜରାଟ, ଓଡ଼ିଶା, ୟୁପି, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଅଞ୍ଚଳରେ ଆପର୍ଟମେଣ୍ଟ ଲୁଟ କରି ଆତଙ୍କ ଖେଳାଉଥିଲେ । ଏହି ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିସନରେଟ ପୁଲିସ I ସେମାନଙ୍କଠାରୁ ନଗଦ 2 ଲକ୍ଷ ଟଙ୍କା, ମୋବାଇଲ ଫୋନ ଏବଂ ଅପରାଧରେ ବ୍ୟବହୃତ ଗାଡ଼ି ଜବତ କରାଯାଇଛି ।
ଡିସିପିଙ୍କ କହିବା ଅନୁଯାୟୀ, ଗତ ବର୍ଷ ଡିସେମ୍ବର 23 ତାରିଖରେ ନିରୁପମା ଆପର୍ଟମେଣ୍ଟରେ ଲୁଟ କରି ଚମ୍ପଟ ମାରିଥିଲେ ଏହି ଗ୍ୟାଙ୍ଗ । 13 ଲକ୍ଷ ଟଙ୍କା ଚୋରି କରି ନେଇଥିଲେ ଏହି ଗ୍ୟାଙ୍ଗ I ଏମାନେ ରାଜ୍ୟ ବାହାରୁ ଆସି ଏଠାରେ ଲୁଟ କରୁଥିଲେ I ଗ୍ୟାଙ୍ଗ ସବୁ ରାଜ୍ୟରୁ ବୁଲିବୁଲି ଲୁଟୁଛନ୍ତି I ଗ୍ୟାଙ୍ଗ ସିକ୍ୟୁରିଟି କମ୍ ଥିବା ଆପର୍ଟମେଣ୍ଟକୁ ଟାର୍ଗେଟ କରୁଛନ୍ତି I ଲୁହା ଗ୍ରିଲ ବା ବାହାରୁ ତାଲା ପଡୁଥିବା ଘରକୁ ଟାର୍ଗେଟ କରନ୍ତି I ମାତ୍ର 10 ମିନିଟରେ ଘର ଖାଲି କରି ଦିଅନ୍ତି ଏମାନେ I ମୁଖ୍ୟ ଦ୍ୱାରକୁ ଭାଙ୍ଗି ଲୁଟୁଛନ୍ତି I ଏହା ଏକ ବଡ଼ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗରେ 20 ଜଣ ସଦସ୍ୟ ଅଛନ୍ତି । ଗୁଜୁରାଟର ଦିନେଶ କୁମାର ସାହା ଏବଂ ହରିୟାଣାର ପବନ କୁମାର ଗାଡ଼ିରେ ଆସି ଲୁଟ କରି ଫେରାର ହୋଇଯାନ୍ତି I ପୂର୍ବରୁ ଏମାନେ ଗୁଜୁରାଟରେ ଧରା ପଡ଼ିଥିଲେ I ଜେଲରେ ଅନ୍ୟ ରାଜ୍ୟର ଚୋରଙ୍କ ସହ ମିଶି ଗ୍ୟାଙ୍ଗ ତିଆରି କରିଥିଲେ I ସୋ ରୁମରୁ ନୂଆ ଗାଡ଼ି କିଣି କ୍ରାଇମ କରି ଫେରାର ହୋଇଯାନ୍ତି ଏମାନେ । ଏମାନଙ୍କ ଅପରାଧିକ ତାଲିକା ପ୍ରସ୍ତୁତ ପାଇଁ ସାରା ଭାରତର ପୁଲିସ ସହ ଯୋଗାଯୋଗରେ ରହିଛି କମିସନରେଟ ପୁଲିସ I













Click it and Unblock the Notifications