ଡିଲ୍ ବେଳେ ବାଘଛାଲ ବେପାରୀକୁ ଧରିଲା STF
ନୟାଗଡ: ଏସଟିଏଫ୍ କୁ ମିଳିଛି ଆଉ ଏକ ବଡ଼ ସଫଳତା । ବାଘ ଛାଲ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ୍ । ଦୁଇ ଜଣ ବାଘଛାଲ ବେପାରୀଙ୍କୁ ଗିରଫ କରାଯାଇଛି ।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ବାଘ ଛାଲ ଡିଲ୍ କୁ ଭଣ୍ଡୁର କରି ଦୁଇ ବେପାରୀଙ୍କୁ ଧରିଛି ଏସଟିଏଫ୍ । ଦୁଇ ଜଣ ବାଘ ଛାଲ ବେପାରୀ 10 ଲକ୍ଷ ଟଙ୍କାରେ ବାଘ ଛାଲ ବିକିବାକୁ ଡିଲ କରୁଥିଲେ ।
କୌଣସି ବିଶେଷ ସୂତ୍ରରୁ ଏସଟିଏଫ୍ ଟିମ୍ ଖବର ପାଇଥିଲା । ଉକ୍ତ ସ୍ଥାନରୁ ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ମଧ୍ୟ ଜବତ କରାଯାଇଛି । ବାଘ ଦୁଇଟି କୁ କେଉଁ ଜଙ୍ଗଲରୁ ଶିକାର କରାଯାଇଛି । ସେ ନେଇ ଖୋଳତାଡ ଚାଲିଛି ।












Click it and Unblock the Notifications