ନାଗା ବାବା ବେଶରେ ଆସି 5 ଲକ୍ଷ ଟଙ୍କାର ସୁନା ଲୁଟିନେଲେ ଭଣ୍ଡ

ଭୁବନେଶ୍ୱର : ବିଶ୍ୱାସରେ ବିଷ ଦେଇ ଲୁଟି ନେଲେ ଭଣ୍ଡ । ନାଗାବାବା ବେଶରେ ଆସିଲେ ମନ୍ଦିରରେ ରହି ପରିଚାଳନା କମିଟିର ସଦସ୍ୟ ଓ ତାଙ୍କ ପରିବାରର ବିଶ୍ୱାସ ବି ଜିତିଲେ । ଏହା ପରେ ସୁଯୋଗ ଦେଖି ଲୁଟେନେଲେ ସୁନା ଗହଣା । ଏମିତି ଏକ ଅଭାବନୀୟ ଘଠଣା ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀରେ ।

fraud

ବେଶ ବଦଳାଇ ନାଗା ସାଧୁ ବେଶରେ ଆସିଲେ ଠକ । ରଘୁନାଥପୁର ମାଉସୀ ମା ମନ୍ଦିରରେ ପହଞ୍ଚିଲେ । ନାଗା ବାବାଙ୍କୁ ଦେଖି ମନ୍ଦିର ପରିଚାଳନା କମିଟି ସେବାରେ କୌଣସି ଅବହେଳା କରିନଥିଲେ । ପରିଚାଳନା ଦାୟିତ୍ୱରେ ଥିଲେ ପ୍ରାଣକୃଷ୍ଣ ପଢ଼ିହାରୀ । ସାଧୁଙ୍କୁ ମନ୍ଦିରରେ ଭେଟି କଥାବାର୍ତ୍ତା ହୋଇଥିଲେ । ମନ୍ଦିର କର୍ତ୍ତୃପକ୍ଷ ଓ ଗ୍ରାମବାସୀ ନାଗା ସାଧୁଙ୍କ ଲାଗି ଭୋଜନ ବ୍ୟବସ୍ଥା କରିଥିଲେ । ରାତିରେ ନାଗା ସାଧୁ ମନ୍ଦିରରେ ରହିବା ସହ ସକାଳ ପ୍ରାଣକୃଷ୍ଣଙ୍କ ଘରକୁ ଜଳଖିଆ ଖାଇବାକୁ ଯିବେ ବୋଲି କହିଥିଲେ ।

ରବିବାର ସକାଳେ ନାଗା ସାଧୁ ବେଶରେ ଆସିଥିବା ଭଣ୍ଡ ପ୍ରାଣକୃଷ୍ଣଙ୍କ ଘରକୁ ଜଳଖିଆ ଲାଗି ଯାଇଥିଲେ । ସେମାନେ ଜଳଖିଆ ଖାଇବା ସମୟରେ ପ୍ରାଣକୃଷ୍ଣଙ୍କ ପୁଅ ରାକେଶ ସୁନା ଚେନକୁ ଟେବୁଲରେ ରଖି ବାଥରୁମ୍ ଯାଇଥିଲେ । ବାଥରୁମରୁ ଆସି ଦେଖିବା ବେଳେକୁ ସୁନା ଚେନ୍ ସହ ନାଗା ସାଧୁ ଗାଏବ ।

ଏହା ପରେ ତାଙ୍କ ପୁଅ ରାକେଶ ନନ୍ଦନକାନନ ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ଉତ୍ତରପ୍ରଦେଶ ନମ୍ବର ପ୍ଲେଟ୍ ଲାଗିଥିବା ଏହି ଗାଡ଼ିରେ ଗତ ଶୁକ୍ରବାର ଦିନ 6 ଜଣ ବ୍ୟକ୍ତି ନାଗାସାଧୁ ବେଶରେ ଆସିଥିଲେ । ପରିବାର ଲୋକଙ୍କ ବିଶ୍ୱାସଭାଜନ ହେବା ପରେ ଜଳଖିଆ ଖାଇବା ଆଳରେ ସୁନା ଗହଣା ନେଇ ଚମ୍ପଟ୍ ମାରିଛନ୍ତି ଭଣ୍ଡ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+