ଲକ୍ଷ୍ମୀପୁର ଖେରି ମାମଲା : 5000 ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା SIT, ଟେନିଙ୍କ ଅନ୍ୟ ଜଣେ ଘନିଷ୍ଠ ବନ୍ଧୁ ଅଭିଯୁକ୍ତ
ଲକ୍ଷ୍ମୀପୁର ଖେରୀ ମାମଲାରେ ଏସଆଇଟି ପ୍ରାୟ ପାଞ୍ଚ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀ ବିରେନ୍ଦ୍ର ଶୁକ୍ଲାଙ୍କୁ ମଧ୍ୟ ଏହି ଚାର୍ଜସିଟରେ ଅଭିଯୁକ୍ତ କରାଯାଇଛି ।
ଲକ୍ଷ୍ନୌ : ଲକ୍ଷ୍ମୀପୁର ଖେରୀ ମାମଲାରେ ଏସଆଇଟି ପ୍ରାୟ ପାଞ୍ଚ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀ ବିରେନ୍ଦ୍ର ଶୁକ୍ଲାଙ୍କୁ ମଧ୍ୟ ଏହି ଚାର୍ଜସିଟରେ ଅଭିଯୁକ୍ତ କରାଯାଇଛି । ବର୍ତ୍ତମାନ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ସମେତ ମୋଟ 16 ଜଣ ଅଭିଯୁକ୍ତ ହୋଇଛନ୍ତି ।

ଗତ ବର୍ଷ ଅକ୍ଟୋବର 3 ରେ କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ଉପରେ ଲକ୍ଷ୍ମୀପୁର ଖେରୀର ଟିକୁନିଆରେ ଏକ ଏସୟୁଭି କାର ଚଢି ଯାଇଥିଲା । ଏହି ସମୟରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଘଟିଥିବା ହିଂସାରେ ଅନ୍ୟ ଚାରି ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ସାମ୍ବାଦିକ ରମଣ କାଶ୍ୟପଙ୍କ ମଧ୍ୟ ପ୍ରାଣହାନି ହୋଇଥିଲା । ପରଦିନ ୟୁପି ପୋଲିସ ଆଶିଷ ମିଶ୍ର ଏବଂ ଅନ୍ୟ 12 ଜଣଙ୍କୁ ହତ୍ୟା ଅଭିଯୋଗରେ ନାମିତ କରି ଏଫ୍ଆଇଆର୍ ଦାଖଲ କରିଥିଲା, କିନ୍ତୁ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଏକ ସପ୍ତାହ ପରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଗିରଫ କରାଯାଇଥିଲା ।
ଏହି ମାମଲାର ଅନୁସନ୍ଧାନ କରୁଥିବା ଏସଆଇଟି ଗତ ମାସରେ ସ୍ଥାନୀୟ କୋର୍ଟଙ୍କୁ କହିଥିଲେ ଯେ କୃଷକ ଏବଂ ସାମ୍ବାଦିକଙ୍କ ହତ୍ୟା ଏକ ଯୋଜନାବଦ୍ଧ ଷଡଯନ୍ତ୍ର । ଆଜି ଦାଖଲ କରିଥିବା ଚାର୍ଜସିଟ୍ରେ ପୁଲିସ କହିଛି ଯେ, ହିଂସାକାଣ୍ଡ ଘଟିବା ବେଳେ ଘଟଣାସ୍ଥଳରେ ଆଶିଷ ମିଶ୍ରା ଉପସ୍ଥିତ ଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିଛି । ଚାର୍ଜସିଟ୍ରେ ଆଶିଷ ମିଶ୍ରାଙ୍କର ଜଣେ ଆତ୍ମୀୟଙ୍କ ନାମ ମଧ୍ୟ ରହିଛି ।
ସୂଚନାଯୋଗ୍ୟ, ପ୍ରତିବାଦରତ କୃଷକମାନଙ୍କ ଉପରକୁ ଚଢ଼ାଯାଇଥିବା କାର୍ରେ ନ ଥିଲେ ବୋଲି ପ୍ରମାଣ କରିବା ଲାଗି ପୂର୍ବରୁ ଆଶିଷ ମିଶ୍ରା ଭିଡିଓ ଏବଂ ୧୦ଜଣ ବ୍ୟକ୍ତିଙ୍କ ସତ୍ୟପାଠ ଦାଖଲ କରିଥିଲେ । ଧୀରେନ୍ଦ୍ର ଶୁକ୍ଳା ନାମରେ ଜଣେ ବ୍ୟକ୍ତି ପ୍ରମାଣ ଲୁଚାଉଥିବା ଅଭିଯୋଗ ହୋଇଛି । ତାଙ୍କ କାର୍ ସେଦିନ ଆଶିଷଙ୍କ କାର୍ ପଛରେ ଥିଲା। ଧୀରେନ୍ଦ୍ର ସେ କଥା ଗୋପନ ରଖିଥିଲେ ।












Click it and Unblock the Notifications