ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସମ୍ପୃକ୍ତ ସୁଟର ଅଙ୍କିତ ସିର୍ସାକୁ ଗିରଫ କଲା ଦିଲ୍ଲୀ ପୋଲିସ
ମୁସେୱାଲାଙ୍କ ହତ୍ୟାକାରୀ ଅଙ୍କିତ ସିର୍ସାକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ସ୍ପେଶାଲ ସେଲ୍ ଏନଡିଆର ଟିମ୍ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସମ୍ପୃକ୍ତ ସୁଟର ଅଙ୍କିତ ସିର୍ସାକୁ ଗିରଫ କରିଛି ।
ନୂଆଦିଲ୍ଲୀ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି । ମୁସେୱାଲାଙ୍କ ହତ୍ୟାକାରୀ ଅଙ୍କିତ ସିର୍ସାକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ସ୍ପେଶାଲ ସେଲ୍ ଏନଡିଆର ଟିମ୍ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସମ୍ପୃକ୍ତ ସୁଟର ଅଙ୍କିତ ସିର୍ସାକୁ ଗିରଫ କରିଛି । ଅଙ୍କିତ ନାମରେ ରାଜସ୍ଥାନରେ ହତ୍ୟା ଉଦ୍ୟମର ଦୁଇଟି ମାମଲା ରହିଛି ।

ମେ 29 ରେ ପଞ୍ଜାବର ଗାୟକ ସିଦ୍ଧୁ ମୁସେୱାଲାଙ୍କ ଉପରେ ସଶସ୍ତ୍ର ଦୁବୃର୍ତ୍ତି ଗୁଳି ଚଳାଇଥିଲେ । ଏହି ହତ୍ୟା ମାମଲାରେ ଗାୟକଙ୍କୁ ଗୁଳି କରି ହତ୍ୟା କରିଥିବା ଅଙ୍କିତ ସିର୍ସା ଏବଂ ତାର ସହଯୋଗୀକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଛି ।
ଗିରଫ ହୋଇଥିବା ଦ୍ୱିତୀୟ ଅଭିଯୁକ୍ତ ସଚିନ ଭିବାନୀ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଚାରିଜଣ ସୁଟରଙ୍କୁ ଲୁଚାଇବା ପାଇଁ ଦାୟୀ ଥିଲା । କୁହାଯାଉଛି ଯେ ଅଙ୍କିତ ସିର୍ସା ସିଦ୍ଧୁଙ୍କୁ ଅତି ନିକଟରୁ ଗୁଳି କରିଥିଲା । ପ୍ରିୟବ୍ରତ ଫୌଜି ମଧ୍ୟ ତା ସହ ଏକ କାରରେ ଥିଲା । ସୁଟର ରାସ୍ତାରେ ମୁସେୱାଲାଙ୍କୁ ତାଙ୍କ କାର ରଖି ଅଟକାଇଥିଲା । ତା'ପରେ ମୁସେୱାଲା ଉପରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।












Click it and Unblock the Notifications